Site icon ଆଜିକାଲି

ଗତ ଦୁଇ ଦିନ ମଧ୍ୟରେ ୩୯ ବିଦେଶ ଫେରନ୍ତା ଯାତ୍ରୀ କୋଭିଡ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ : ଗତ ଦୁଇ ଦିନ ମଧ୍ୟରେ ୩୯ ବିଦେଶ ଫେରନ୍ତା ଯାତ୍ରୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିଭିନ୍ନ ଦେଶରେ କୋଭିଡ୍ ସଂକ୍ରମଣ ବଢ଼ିବା ପରେ ନୂଆ ପ୍ରୋଟୋକଲ୍ ଅନୁଯାୟୀ ଏଯାବତ୍ ମୋଟ ୬୦୦୦ ବିଦେଶ ଫେରନ୍ତା ଯାତ୍ରୀଙ୍କ ରାଣ୍ଡମ୍ କୋଭିଡ୍ ଟେଷ୍ଟିଂ କରାଯାଇଛି । କୋଭିଡ୍ ସମ୍ବନ୍ଧୀୟ ସତର୍କତା ପଦକ୍ଷେପ ଅନୁଧ୍ୟାନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଆସନ୍ତା ଗୁରୁବାର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିଦର୍ଶନ କରି ବୋଲି ଜଣାପଡିଛି।

ଏପର୍ଯ୍ୟନ୍ତ ଭାରତରେ କରୋନାର ୨୨୦ ଭାରିଆଣ୍ଟ ମିଳିଛି । ଗତ ଦୁଇ ଦିନ ମଧ୍ୟରେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ୬୦୦୦ ଲୋକଙ୍କ କୋଭିଡ୍ ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ୩୯ ଜଣ ଲୋକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କୋଭିଡର ବିଏଫ୍.୭ ଷ୍ଟ୍ରେନକୁ ଆଇସୋଲେସନ କରାଯାଇଛି । ବିଏଫ୍.୭ ଭାରିଆଣ୍ଟ ଯୋଗୁଁ ହିଁ ଚୀନରେ ସମ୍ପ୍ରତି କୋଭିଡ୍ ବିସ୍ଫୋରଣ ହୋଇଛି । ତେବେ ବିଶେଷଜ୍ଞ କହିଛନ୍ତି ଯେ ଏହି ଷ୍ଟ୍ରେନ୍ ଉପରେ ଟିକା ପ୍ରଭାବୀ ସାବ୍ୟସ୍ତ ହୋଇଛି । ସଂକ୍ରମଣ ଦୃଷ୍ଟିକୋଣରୁ ଜାନୁଆରୀ ମାସ ଗୁରୁତ୍ୱପୂର୍ଣ୍ଣ ହେବ ।

Exit mobile version