Site icon ଆଜିକାଲି

ନେହେରୁ ମେମୋରିଆଲ୍ ମ୍ୟୁଜିୟମ୍ ନାମ ପରିବର୍ତ୍ତନକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେହେରୁ ମେମୋରିଆଲ୍ ମ୍ୟୁଜିୟମ୍ ଏବଂ ଲାଇବ୍ରେରୀ (ଏନ୍ଏମ୍ଏମ୍ଏଲ୍)ର ନାମ ପରିବର୍ତ୍ତନ ନିଷ୍ପତ୍ତିକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଅଗଷ୍ଟ ୧୪ରେ ନେହେରୁ ମେମୋରିଆଲ ସଂଗ୍ରହାଳୟର ନାମ ଆନୁଷ୍ଠାନିକ ଭାବେ ବଦଳି ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍ ଏବଂ ଲାଇବ୍ରେରୀ (ପିଏମ୍ଏମ୍ଏଲ୍) ସୋସାଇଟି ହୋଇଥିଲା ।

ଜୁନ୍ ୨୦୨୩ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ନେହେରୁ ମେମୋରିଆଲ୍ ମ୍ୟୁଜିୟମ୍ ଏବଂ ଲାଇବ୍ରେରୀ ସୋସାଇଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଏହାର ନାମ ପରିବର୍ତ୍ତନ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ଏହା ପରେ ସ୍ୱାଧୀନତା ଦିବସ ଅବସର ଅବ୍ୟବହିତ ପୂର୍ବରୁ ଏନ୍ଏମ୍ଏମ୍ଏଲ୍ ନାମ ପରିବର୍ତ୍ତନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଥିଲା। ଏବେ ରାଷ୍ଟ୍ରପତି ଏଥିରେ ମୋହର ମାରିଛନ୍ତି ।

Exit mobile version