Site icon ଆଜିକାଲି

ଭୁବନେଶ୍ୱରରେ ପହଞ୍ଚିଲା ଚିଲି ହକି ଟିମ୍‌

ଭୁବନେଶ୍ୱର : ଆସନ୍ତା ୧୩ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବାକୁ ଯାଉଛି ହକି ବିଶ୍ୱକପ । ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଚିଲି ଟିମ୍‌ । ବିମାନବନ୍ଦରରେ ଚିଲିର ଟିମ୍‌ ପହଞ୍ଚି ଥିବା ବେଳେ କଡ଼ା ସୁରକ୍ଷା ଭିତରେ ସମସ୍ତ ଖେଳାଳିଙ୍କୁ ସ୍ୱାଗତ କରାଯାଇଛି ।

ପୂର୍ବରୁ ବିଶ୍ୱକପ୍‌ ହକି ପାଇଁ ଭୁବନେଶ୍ୱରରେ ୨ଟିମ୍‌ ପହଞ୍ଚିଥିଲେ । ଗତ ବୁଧବାର ନେଦରଲାଣ୍ଡସ୍‌ ଭୁବନେଶ୍ୱରରେ ପହଞ୍ଚିଥିଲା । ତୃତୀୟ ବିଦେଶୀ ଟିମ୍‌ ଭାବେ ବର୍ତ୍ତମାନ ରାଜଧାନୀରେ ଚିଲି ଟିମ୍‌ ପହଞ୍ଚିଛି । ଚିଲି ନେଦରଲାଣ୍ଡସ୍‌, ନ୍ୟୁଜିଲାଣ୍ଡ ଓ ମାଲେସିୟା ବିପକ୍ଷରେ ଖେଳିବ ବୋଲି ଜଣାପଡିଛି ।

Exit mobile version