Site icon ଆଜିକାଲି

ମଦ ନୀତି ମାମଲାରେ ଦିଲ୍ଲୀ, ପଞ୍ଜାବ ଓ ହାଇଦ୍ରାବାଦର ୩୫ଟି ସ୍ଥାନରେ ଇଡି ରେଡ୍

ନୂଆଦିଲ୍ଲୀ : ଦିଲ୍ଲୀ ମଦ ନୀତିରେ ହୋଇଥିବା ଅନିୟମିତା ମାମଲାରେ ଆର୍ଥିକ ଦୁର୍ନୀତି ଅଭିଯୋଗରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦିଲ୍ଲୀ, ପଞ୍ଜାବ ଏବଂ ହାଇଦ୍ରାବାଦର ପ୍ରାୟ ୩୫ଟି ସ୍ଥାନରେ ଚଢ଼ାଉ କରିଛି । ଏ ସବୁ ରାଜ୍ୟରେ ଥିବା ମଦ କମ୍ପାନୀ, ବିତରଣକାରୀ ଓ ଯୋଗାଣ ବ୍ୟବସ୍ଥା ସହିତ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ଘରେ ଯାଞ୍ଚ ଚାଲିଛି। ଚଢ଼ାଉକୁ ନେଇ ତୀବ୍ର ସମାଲୋଚନା କରିବା ସହ ଏହାକୁ ହୀନମନ୍ୟତା ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ଏନେଇ କେଜ୍ରିୱାଲ ଟ୍ୱିଟ୍‌ କରି କହିଛନ୍ତି ଯେ, ଇଡି ପକ୍ଷରୁ ଗତ ୩ ମାସରେ ୫୦୦ରୁ ଊର୍ଦ୍ଧ୍ୱ ଚଢ଼ାଉ ହୋଇସାରିଲାଣି। ମନିଷ ସିସୋଦିଆଙ୍କ ବିରୋଧରେ ୩୦୦ରୁ ଊର୍ଦ୍ଧ୍ୱ ସିବିଆଇ ଏବଂ ଇଡି ଅଫିସର ୨୪ ଘଣ୍ଟା କାମ କରୁଛନ୍ତି। ହେଲେ ସେମାନେ କିଛି ପାଉ ନାହାନ୍ତି । କାରଣ କୌଣସି ଅନିୟମମିତତା ହୋଇ ନାହିଁ। ସେମାନଙ୍କ ଘୃଣ୍ୟ ରାଜନୀତି ପାଇଁ ବହୁ ସଂଖ୍ୟାରେ ଅଫିସରଙ୍କ ସମୟ ନଷ୍ଟ ହେଉଛି। ଦେଶ କିଭଳି ଆଗେଇ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।

ପୂର୍ବରୁ ସିବିଆଇ ଏତଲାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଦିଲ୍ଲୀର କେତେକ ଆଏଏଏସ ଅଧିକାରୀଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଏହା ପରେ କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ମାରାଥନ ରେଡ ଚାଲିଛି । ଏହି ମାମଲରେ ଗତ ସପ୍ତାହରେ ମଦ ବ୍ୟବସାୟୀ ସମୀର ମହେନ୍ଦ୍ରୁଙ୍କୁ ମଧ୍ୟ ଗିରଫ କରିଥିଲା ଇଡି। ଇଣ୍ଡୋସ୍ପିରିଟ୍‌ର ମାଲିକ ସମୀର ମହେନ୍ଦ୍ରୁ ମନୀଷ ସିସୋଦିଆଙ୍କ ସହଯୋଗୀଙ୍କୁ ଦୁଇଥର କୋଟି କୋଟି ଟଙ୍କା ଦେଇଥିବା ଡି ସୂତ୍ରରୁ ସୂଚନା ମିଳିଛି।

Exit mobile version