Site icon ଆଜିକାଲି

ଛତିଶଗଡ଼ରେ ବଡ଼ ନକ୍ସଲ ଆକ୍ରମଣ, ୧୦ ଯବାନ ସହିଦ୍

ରାୟପୁର : ଛତିଶଗଡର ଦାନ୍ତେଓ୍ବାଡା ଠାରେ ସୁରକ୍ଷା ବାହିନୀ ଉପରେ ହୋଇଛି ନକ୍ସଲ ଆକ୍ରମଣ । ବୁଧବାର ଦାନ୍ତେଓ୍ବାଡାରେ ଆଇଇଡି ବିସ୍ଫୋରଣରେ ୧୦ ଜଣ ପୋଲିସ ସହିଦ୍ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଚାଲିଛି।

ଛତିଶଗଡର ଦନ୍ତେୱାଡା ଜିଲ୍ଲାର ଅରନପୁର ନିକଟରେ ଡିଆରଜି (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ) ଯବାନଙ୍କୁ ନେଇ ଯାଉଥିବା ଏକ ଗାଡି ଉପରେ ଆଇଇଡି ଆକ୍ରମଣ ହୋଇଥିଲା। ନକ୍ସଲମାନେ ଆଇଇଡି ଲଗାଇ ଡିଆରଜି ଗାଡ଼ି ଉପରେ ଆମ୍ବୁସ କରିଥିଲେ | ଘଟଣାସ୍ଥଳରେ ଡିଆରଜିର ୧୦ ଯବାନ ଏବଂ ଗାଡ଼ି ଡ୍ରାଇଭରର ମୃତ୍ୟୁ ହୋଇଥିଲା | ବିସ୍ଫୋରଣ ପରେ ଏହି ଅଞ୍ଚଳକୁ ସିଲ୍ କରାଯାଇଛି।

ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଦାନ୍ତେଓ୍ବାଡାରେ ସୁରକ୍ଷା କର୍ମୀଙ୍କ ଉପରେ ନକ୍ସଲ ଆକ୍ରମଣରେ ୧୧ ଯବାନଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିଛନ୍ତି | ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଏହି ଆକ୍ରମଣରେ ସମ୍ପୃକ୍ତ ନକ୍ସଲଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି । ଏହି ଲଢ଼େଇ ଶେଷ ପର୍ଯ୍ୟାୟରେ ଅଛି | ଆମେ ଯୋଜନାବଦ୍ଧ ଭାବେ ନକ୍ସଲଙ୍କୁ ନିପାତ କରିବୁ ବୋଲି କହିଛନ୍ତି ।

Exit mobile version