Site icon ଆଜିକାଲି

ତାମିଲନାଡ଼ୁ : ବିଷାକ୍ତ ମଦ ପିଇ ୧୦ ମୃତ

ଚେନ୍ନାଇ: ବିଷାକ୍ତ ମଦ ପିଇ ତାମିଲନାଡ଼ୁରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଅଛନ୍ତି । ବିଷାକ୍ତ ମଦ ଯୋଗୁଁ ବିଲ୍ଲୁପୁରମ ଜିଲ୍ଲାରେ ୭ ଓ ଚେଗଲପଟୁରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାଛଡ଼ା ୩୦ରୁ ଊର୍ଦ୍ଧ୍ବ ଲୋକ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ମଦମୃତ୍ୟୁ ମାମଲାର ତଦନ୍ତ ପାଇଁ ସ୍ପେଶାଲ ଟିମ୍‌ ଗଠନ କରାଯାଇଛି। ଏହି ଘଟଣାରେ ଏଯାବତ୍ ୨ ଜଣ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି। ସେହିପରି କାର୍ଯ୍ୟରେ ଅବହେଳା ପାଇଁ ୭ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି ।

Exit mobile version