Site icon ଆଜିକାଲି

ନାସିକ-ଶିରିଡି ରାଜପଥରେ ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ୧୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ନାସିକ : ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣା । ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା । ମହାରାଷ୍ଟ୍ରର ନାସିକ-ଶିରିଡି ରାଜପଥରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଟୁରିଷ୍ଟ ବସ୍ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର ଜାରି ରଥିଛି । ପୋଲିସ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛି ।

ସୂଚନା ଯେ, ମୁମ୍ବାଇର ଉହ୍ଲାସନଗରରୁ ଏକ ଘରୋଇ ବସ୍‌ରେ ୫୦ ଜଣ ଯାତ୍ରୀ ଶିରିଡ଼ି ସାଇବାବାଙ୍କ ଦର୍ଶନ ପାଇଁ ଯାଉଥିଲେ । ନାସିକ-ଶିରିଡି ରାଜପଥର ପାଥର ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ବସର ମୁହାଁମୁହିଁ ଧକ୍କା ହେବା ପରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଉଭୟ ବସ୍ ଓ ଟ୍ରକ୍ ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥିଲା । ଦୁର୍ଘଟଣାରେ ବସ୍‌ରେ ଥିବା ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୁମ୍ବାଇ ନିକଟସ୍ଥ ଅମ୍ବରନାଥ, ଥାନେ ଏବଂ ଉହ୍ଲାସନଗର୍ ଏହି ସମସ୍ତ ସାଇ ଭକ୍ତ ଶିରିଡ଼ି ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।

Exit mobile version