Site icon ଆଜିକାଲି

ପାକିସ୍ତାନର ଏକ ଥାନା ଉପରେ ଆତଙ୍କବାଦୀ ଆକ୍ରମଣ, ୧୦ ପୋଲିସ କର୍ମଚାରୀ ମୃତ

ଇସଲାମାବାଦ: ପାକିସ୍ତାନର ଏକ ପୋଲିସ ଥାନା ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। କିଛି ସଶସ୍ତ୍ର ଆତଙ୍କବାଦୀ ସୋମବାର ଖାଇବର ପଖତୁନଖ୍ବା ପ୍ରଦେଶର ଡେରା ଇସମାଇଲ ଖାନ ଜିଲ୍ଲାର ଏକ ପୋଲିସ ଥାନା ଉପରେ ଗ୍ରେନେଡ୍ ଆକ୍ରମଣ କରିଛନ୍ତିି। ଏହି ଆକ୍ରମଣରେ ୧୦ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆତଙ୍କବାଦୀ ଆକ୍ରମଣ ପରେ ଘଟଣାସ୍ଥଳକୁ ସୁରକ୍ଷା ବାହିନୀକୁ ପଠାଯାଇଛି।ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାଁନ୍ତି।

Exit mobile version