Site icon ଆଜିକାଲି

ଧାରଣା ତଳକୁ ଖସିଲା ସୂର୍ଯ୍ୟନଗରୀ ଏକ୍ସପ୍ରେସର ୧୧ ବଗି, ୧୦ଆହତ

ଜୟପୁର : ରାଜସ୍ଥାନରେ ଟ୍ରେନ୍ ଦୁର୍ଘଟଣା । ବାନ୍ଦ୍ରା ଟର୍ମିନାସ୍-ଯୋଧପୁର ସୁର୍ଯ୍ୟନଗରୀ ଏକ୍ସପ୍ରେସ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ । ଏଥିରେ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଏ ହସ୍‌ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବାର ସୂଚନା ମିଳିଛି।

ଉତ୍ତର ପଶ୍ଚିମ ରେଳବାଇ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବାନ୍ଦ୍ରା ଟର୍ମିନସ-ଯୋଧପୁର ସୂର୍ଯ୍ୟନଗରୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୋମବାର ଭୋର ପ୍ରାୟ ୩.୨୭ ମିନିଟରେ ଯୋଧପୁର ଡିଭିଜନର ରାଜକିୟାବାସ-ବୋମଦାର ସେକ୍ସନ ମଧ୍ୟରେ ରେଳ ଦୁର୍ଘଟଣା ହୋଇଛି । ଏଥିରେ ଟ୍ରେନର ୧୧ଟି ସ୍ଲିପର କ୍ଲାସ୍ ବଗି ରେଳଧାରଣା ତଳକୁ ଖସିଯାଇଛି । ଏଥିରେ ୩ଜଣ ଗମ୍ଭୀର ଭାବେ ଆହତ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ଉତ୍ତର-ପଶ୍ଚିମ ରେଳ ବିଭାଗର ଅଧିକାରୀ ମାନେ ପହଞ୍ଚି ଯାତ୍ରୀମାନଙ୍କୁ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ପହଞ୍ଚିବାକୁ ବ୍ୟବସ୍ଥା କରିଛନ୍ତି । ସେହିପରି ହେଲ୍‌ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ୧୩୮ ଓ ୧୦୭୨ ନମ୍ବରରେ କଲ୍ କରି ଯାତ୍ରୀ ମାନଙ୍କ ସହିତ ସମ୍ପର୍କ କରିପାରିବେ ବୋଲି କୁହାଯାଇଛି । ଟ୍ରେନ୍ ଦୁର୍ଘଟଣା ପରେ ଏହି ଲାଇନର ୧୨ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଉଛି ।

Exit mobile version