Site icon ଆଜିକାଲି

ଆଇଜି ସତ୍ୟବ୍ରତ ଭୋଇଙ୍କ ସମେତ ୧୧ ପୋଲିସ ଅଧିକାରୀଙ୍କୁ ମିଳିବ ଉଲ୍ଲେଖନୀୟ ସେବା ପଦକ, ଆଇପିଏସ ସନ୍ତୋଷ ବାଲା ପାଇବେ ରାଷ୍ଟ୍ରପତି ପଦକ

ନୂଆଦିଲ୍ଲୀ – ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ପୋଲିସ ସମ୍ମାନ ଘୋଷଣା କରାଯାଇଛି। ଓଡ଼ିଶାର ୧୧ଜଣ ପୋଲିସ ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବ । ଆଇଜି ସତ୍ୟବ୍ରତ ଭୋଇଙ୍କ ସମେତ ୧୧ ପୋଲିସ ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ମିଳିବ । ଏହି ତାଲିକାରେ ୩ ଜଣ ଡିଏସ୍‌ପି ରାଙ୍କ ଅଧିକାରୀ ମଧ୍ୟ ସ୍ଥାନ ପାଇଛନ୍ତି। ସାରଦା ପ୍ରସନ୍ନ ପ୍ରଧାନ, ପ୍ରଦୀପ ସାମଲ, ପ୍ରଶାନ୍ତ ସାହୁ ପାଇବେ ସେବା ପଦକ ।

ଓଡିଶାର ଦୁଇ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ରାଜ୍ୟ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ଓ କନେଷ୍ଟବଳ ସଂଯୁକ୍ତା ପଟ୍ଟନାୟକ ମଧ୍ୟ ରାଷ୍ଟ୍ରପତି ପଦକ ପାଇବେ ।

Exit mobile version