Site icon ଆଜିକାଲି

ମୁମ୍ବାଇ : ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ର ଉଦଘାଟନୀ ସଂସ୍କରଣ ପାଇଁ ଆଜି ଖେଳାଳି ନିଲାମ ଅନୁଷ୍ଠିତ ହେବ । ବିଶ୍ବର ୧୫ ଦେଶର ୪୦୯ ଜଣ ଖେଳାଳି ଏହି ନିଲାମରେ ସାମିଲ ହେବେ । ଏଥିମଧ୍ୟରୁ ୨୪୬ ଜଣ ଭାରତୀୟ ଖେଳାଳି ରହିଛନ୍ତି ।

ଟିମ୍ ଇଣ୍ଡିଆ କ୍ୟାପଟେନ ହରମନପ୍ରୀତ କୌର, ସ୍ମୃତି ମନ୍ଧାନା, ଦୀପ୍ତି ଶର୍ମା ଓ ଅଣ୍ଡର-୧୯ ବିଶ୍ବକପ୍ ବିଜୟୀ ଦଳର ଅଧିନାୟିକା ଶେଫାଳି ବର୍ମା ସର୍ବାଧିକ ୫୦ ଲକ୍ଷ ବେସ୍ ପ୍ରାଇସ୍ ତାଲିକାରେ ରହିଛନ୍ତି । ପ୍ରତ୍ୟେକ ଫ୍ରାଞ୍ଚାଇଜ୍ ଦଳ ନିଲାମରେ ଖେଳାଳିଙ୍କ ପାଇଁ ୧୨ କୋଟି ଟଙ୍କା ଖର୍ଚ୍ଚ କରିପାରିବେ । ଦଳଗୁଡିକ ସର୍ବନିମ୍ନ ୧୫ ଏବଂ ସର୍ବାଧିକ ୧୮ ଖେଳାଳିଙ୍କ ପାଇଁ ସଫଳ ବିଡ୍ କରିବାକୁ ପଡିବ ।

ମହିଳା ପ୍ରିମିୟର ଲିଗର ପ୍ରତୀକ୍ଷିତ ଉଦଘାଟନୀ ସଂସ୍କରଣ ମାର୍ଚ୍ଚ ୪ ରୁ ୨୬ ପର୍ଯ୍ୟନ୍ତ ମୁମ୍ବାଇରେ ଖେଳାଯିବ। ଗୁଜରାଟ ଜାଏଣ୍ଟସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଫ୍ରାଞ୍ଚାଇଜ୍ ଦଳ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ସହିତ ବ୍ରାବର୍ନ ଷ୍ଟାଡିୟମ୍ ଏବଂ ଡି ପାଟିଲ୍ ଷ୍ଟାଡିୟମ୍ ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ୍ ଆୟୋଜନ କରିବ ।

ମହିଳା ପ୍ରିମିୟର ଲିଗର ୫ଟି ଦଳ ନିଲାମରୁ ବିସିସିଆଇ ୪୬୬୯.୯୯ କୋଟି ପାଇଥିଲା । ପରେ ଲିଗ୍ ର ପ୍ରସାରଣ ଅଧିକାରକୁ ୯୫୧ କୋଟିରେ ବିକ୍ରି କରି ଡବ୍ଲୁପିଏଲ୍ କୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଟି-୨୦ ଲିଗ୍ କରିପାରିଛି। ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ, ଆଇପିଏଲ ଦଳ ବ୍ୟତୀତ କ୍ୟାପ୍ରି ଗ୍ଲୋବାଲ ହୋଲଡିଂ (ଲକ୍ଷ୍ନୌ) ଏବଂ ଆଦାନୀ ସ୍ପୋର୍ଟଲାଇନ ଡବ୍ଲୁପିଏଲ୍ ପାଇଁ ଫ୍ରାଞ୍ଚାଇଜ ଦଳ କିଣିଛନ୍ତି ।

ଲିଗ୍‌ରେ ମୋଟ ୨୨ଟି ମ୍ୟାଚ୍ ଖେଳାଯିବ ଏବଂ ଟେବୁଲ୍ ଶୀର୍ଷରେ ଥିବା ଦଳ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବ । ଟାଇଟଲ୍ ମ୍ୟାଚକୁ ଉନ୍ନୀତ ହେବା ପାଇଁ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ଦଳ ମଧ୍ୟରେ ଏକ ନକ୍ଆଉଟ୍ ମ୍ୟାଚ୍ ହେବ ।

Exit mobile version