Site icon ଆଜିକାଲି

୧୧୪ତମ ମନ୍ କି ବାତ୍ : ସ୍ଵଚ୍ଛ ଭାରତ ମିଶନ ସଫଳତାକୁ ନେଇ ଆଜି ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧୪ତମ ମନ୍ କି ବାତ୍ କାର୍ଯ୍ୟକ୍ରମ। ଆଜି ଦେଶବାସୀଙ୍କୁ ରେଡିଓ ମାଧ୍ୟମରେ ନିଜ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ। ୩ ଅକ୍ଟୋବରକୁ ମନ କି ବାତ କାର୍ଯ୍ୟକ୍ରମକୁ ୧୦ ବର୍ଷ ପୂରଣ ହେବାକୁ ଯାଉଛି। ସ୍ଵଚ୍ଛ ଭାରତ ମିଶନ ସଫଳତାକୁ ନେଇ ଆଜି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ସ୍ଵଚ୍ଛ ଭାରତ ମିଶନ ଅଭିଯାନକୁ ମଧ୍ୟ ୧୦ ବର୍ଷ ପୁରା ହେବାକୁ ଯାଉଛି। ଆମେରିକା ୩୦୦ କଳାକୃତୀ ଫେରସ୍ତ କରିଥିବା କହିଛନ୍ତି ମୋଦୀ। ଅନ୍ୟପଟେ ମାତୃଭାଷାକୁ ନେଇ ମୟୁରଭଞ୍ଜ ଜିଲ୍ଲାର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି ସାନ୍ତାଳୀ ଭାଷା ପାଇଁ ମୟୁରଭଞ୍ଜ ଯୁବକଙ୍କର ଅନେକ ଅବଦାନ ରହିଛି। ନିଜ ମାତୃଭାଷା ପାଇଁ ରାମ୍‌ଜିତ୍ ଟୁଡୁ ଗୌରବ ଆଣିଛନ୍ତି। ରାମଜିତ୍ ସାନ୍ତାଳୀ ଭାଷାକୁ ଡିଜିଟାଲାଇଜେସନ୍ କରି ପାରିଛନ୍ତି। ତାଙ୍କ ଉଦ୍ୟମ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସାନ୍ତାଳୀ ଭାଷା ପହଞ୍ଚି ପାରିଛି। ରାମଜିତଙ୍କ ପାଇଁ ସାନ୍ତାଳୀ ଭାଷା ଡିଜିଟାଲୀ ପଢିବା ସହ ଲେଖାଯାଇପାରୁଛି ।

Exit mobile version