Site icon ଆଜିକାଲି

୧୧୫ ଟଙ୍କା କମିଲା ଏଲପିଜି ସିଲିଣ୍ଡର ଦାମ

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କୁ ଆଶ୍ଵସ୍ତି। ଆଜି ଠାରୁ ଏଲପିଜି ଗ୍ୟାସ୍ ସିଲିଣ୍ଡର ୧୧୫ ଟଙ୍କା ଶସ୍ତା ହୋଇଛି। ବ୍ୟବସାୟିକ ସିଲିଣ୍ଡରରେ ହିଁ ଏହି ହ୍ରାସ ଘଟିଛି। ଆଇଓସିଏଲ ଅନୁଯାୟୀ, ନଭେମ୍ବର ୧ରୁ ଦିଲ୍ଲୀରେ ଇଣ୍ଡେନର ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ ୧୧୫.୫ ଟଙ୍କା, କୋଲକାତାରେ ୧୧୩ ଟଙ୍କା, ମୁମ୍ବାଇରେ ୧୧୫.୫ ଟଙ୍କା, ଚେନ୍ନାଇରେ ୧୧୬.୫ ଟଙ୍କା ଶସ୍ତା ହୋଇଛି। ଏହା ପୂର୍ବରୁ ଅକ୍ଟୋବର ୧ର ସିଲିଣ୍ଡରର ଦାମ ୨୫ ଟଙ୍କା ଶସ୍ତା ହୋଇଥିଲା। ତେବେ ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡର ପୁରୁଣା ଦାମରେ ମିଳିବ।

ଦିଲ୍ଲୀରେ ଇଣ୍ଡେନର ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ ୧୮୫୯.୫୦ ଟଙ୍କା ଥିବା ବେଳେ କୋଲକାତାରେ ସିଲିଣ୍ଡର ଦାମ ୧୮୪୬ ଟଙ୍କାରେ ମିଳିବ। ଏହା ପୂର୍ବରୁ ଏହି ଦାମ ୧୯୯୫.୫୦ ଟଙ୍କା ରହିଥିଲା। ମୁମ୍ବାଇରେ ବ୍ୟବସାୟିକ ସିଲିଣ୍ଡର ୧୮୪୪ ଟଙ୍କା ବଦଳରେ ୧୬୯୬ ଟଙ୍କାରେ ଏବଂ ଚେନ୍ନାଇରେ ୨୦୦୯.୫୦ ଟଙ୍କା ସ୍ଥାନରେ ୧୮୯୩ରେ ମିଳିବ।

ସେହିପରି ୧୪.୨ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ଦାମ କୋଲକାତାରେ ୧୦୭୯ ଟଙ୍କା, ଦିଲ୍ଲୀରେ ୧୦୫୩ ଟଙ୍କା, ମୁମ୍ବାଇରେ ୧୦୫୨.୫୦ ଟଙ୍କା ଓ ଚେନ୍ନାଇରେ ୧୦୬୮.୫୦ ଟଙ୍କା ରହିଛି ।

Exit mobile version