Site icon ଆଜିକାଲି

ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ ପରେ ହିଂସା, ଦଳାଚକଟାରେ ୧୨୭ ଲୋକଙ୍କ ମୃତ୍ୟୁ

ଜାକର୍ତ୍ତା : ଇଣ୍ଡୋନେସିଆର ଫୁଟବଲ ମ୍ୟାଚ ପରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଓ ଏହାକୁ ନିୟନ୍ତ୍ରଣ କରିବାକୁ ପୋଲିସ ଲାଠି ଚାଳନା ଓ ଲୁହ ବୁହା ବାଷ୍ପ ପ୍ରୟୋଗ କରିବାରୁ ଷ୍ଟାଡିୟମରେ ଦଳାଚକଟା ଘଟି ୧୨୭ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୦ରୁ ଅଧିକ ଆହତ ହୋଇଛନ୍ତି । ପୂର୍ବ ଜାଭାରେ ଆମେରା ଏଫସି ଏବଂ ପରସେବ୍ୟା ମଧ୍ୟରେ ମ୍ୟାଚ ଚାଲିଥିଲା । ଏହି ମ୍ୟାଚରେ ଆମେରା ହାରିଯାଇଥିଲା । ମ୍ୟାଚ ସରିବା ପରେ ପରେ ପିଚ ମଧ୍ୟରେ ଆସି ଦୁଇ ଦଳର ସମର୍ଥକମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ସେମାନଙ୍କ ଉପରେ ପୋଲିସ ଲାଠି ଚାଳନା ଓ ଲୁହବୁହା ବାଷ୍ପ ପ୍ରୟୋଗ କରିବାରୁ ଦଳାଚକଟା ଓ ଠେଲାପେଲା ହୋଇଥିଲା । ଏଥିରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Exit mobile version