Site icon ଆଜିକାଲି

ଅବତରଣ ବେଳେ ଘଟିଲା ଭୟଙ୍କର ବିମାନ ଦୁର୍ଘଟଣା, ୧୪ମୃତ

ବ୍ରାଜିଲିଆ : ବ୍ରାଜିଲରେ ଭୟଙ୍କର ବିମାନ ଦୁର୍ଘଟଣା । ବ୍ରାଜିଲ୍‌ର ଉତ୍ତର ପ୍ରାନ୍ତ ଅନ୍ତର୍ଗତ ଆମାଜନ ରାଜ୍ୟରେ ଫ୍ଲାଇଟ୍ କ୍ରାସ୍ କରିବା ଯୋଗୁ ୧୪ଜଣଙ୍କ ମୃତ୍ୟୁ । ଏଥିରେ ୨ଜଣ କ୍ରିଉ ମେମ୍ବର ଥିବା ବେଳେ ୧୨ ଜଣ ପର୍ଯ୍ୟଟକ ଯାତ୍ରା କରୁଥିଲେ । ତେବେ ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରାରମ୍ଭରୁ ପ୍ରଶାସନ କାର୍ଯ୍ୟ ଚଳାଇଛି। ଏପଟେ ମୃତବ୍ୟକ୍ତିମାନଙ୍କ ପରିବାରବର୍ଗ ଓ ବନ୍ଧୁମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ରାଜ୍ୟପାଳ ୱିଲ୍‌ସନ୍‌ ଲିମା ।

ପ୍ରାଦେଶିକ ରାଜଧାନୀ ମ୍ୟାନୌସ୍‌ ଠାରୁ ପ୍ରାୟ ୪୦୦ କିଲୋମିଟର୍‌ ଦୂର ବର୍ସେଲୋସ୍‌ ପ୍ରଦେଶରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ରାଜ୍ୟପାଳ ୱିଲ୍‌ସନ୍‌ ଲିମାଙ୍କ ସୂଚନା ଅନୁସାରେ ଏହି ବିମାନ ଦୁର୍ଘଟଣାରେ ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ୧୨ଜଣ ହେଉଛନ୍ତି ଯାତ୍ରୀ ଓ ୨ଜଣ ବିମାନ କର୍ମଚାରୀ।

ଶନିବାର ଦିନ ବର୍ସେଲୋସ୍‌ ବିମାନ ଦୁର୍ଘଟଣାରେ ୧୨ଜଣ ଯାତ୍ରୀ ଓ ୨ ଜଣ ବିମାନ କର୍ମଚାରୀଙ୍କ ମୃତ୍ୟୁ ଖବର ସମଗ୍ର ସହରରେ ଦୁଃଖର ବାତାବରଣ ଖେଳାଇଦେଲା। ତେବେ ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରାରମ୍ଭରୁ ପ୍ରଶାସନ କାର୍ଯ୍ୟ ଚଳାଇଛି। ଏପଟେ ମୃତବ୍ୟକ୍ତିମାନଙ୍କ ପରିବାରବର୍ଗ ଓ ବନ୍ଧୁମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ରାଜ୍ୟପାଳ ୱିଲ୍‌ସନ୍‌ ଲିମା ।

Exit mobile version