Site icon ଆଜିକାଲି

ପ୍ରଥମ ଲୋକମତ ସଂସଦୀୟ ପୁରସ୍କାର: ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ସମେତ ୮ ଜଣ ସାଂସଦ ପୁରସ୍କୃତ

ନୂଆଦିଲ୍ଲୀ – ବିଜେଡି ରାଜ୍ୟସଭା ସଦସ୍ୟ ଡକ୍ଟର ସସ୍ମିତ ପାତ୍ରଙ୍କୁ ୨୦୨୩ ପାଇଁ ଲୋକମତ ଶ୍ରେଷ୍ଠ ସାଂସଦ ପୁରସ୍କାର ଦିଆଯାଇଛି। ସସ୍ମିତଙ୍କ ସମେତ କଂଗ୍ରେସ ଲୋକସଭା ସଦସ୍ୟ ଶଶୀ ଥରୁର ଓ ଅନ୍ୟ ୬ ଜଣଙ୍କୁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଲୋକମତ ସଂସଦୀୟ ପୁରସ୍କାର ମିଳିଛି।

ବିଏସପିର ଲୋକସଭା ସଦସ୍ୟ ଡାନିଶ ଅଲ୍ଲୀ ଓ ସିପିଏମର ରାଜ୍ୟସଭା ସଦସ୍ୟ ଜନ୍ ବ୍ରିଟାସଙ୍କୁ ଶ୍ରେଷ୍ଠ ପଦାର୍ପଣ ସାଂସଦ ପୁରସ୍କାର ଦିଆଯାଇଛି। ସମାଜବାଦୀ ପାର୍ଟିର ରାଜ୍ୟସଭା ସଦସ୍ୟ ରାମଗୋପାଳ ଯାଦବ ଓ ବିଜେପି ଲୋକସଭା ସଦସ୍ୟ ମାନେକା ଗାନ୍ଧିଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିଛି । ଶିରୋମଣି ଅକାଳୀ ଦଳର ଲୋକସଭା ସଦସ୍ୟ ହରସିମରତ କୌର ବାଦଲ ଓ ବିଜେପିର ରାଜ୍ୟ ସଭା ସଦସ୍ୟ ସରୋଜ ପାଣ୍ଡେଙ୍କୁ ଶ୍ରେଷ୍ଠ ମହିଳା ସାଂସଦ ଭାବେ ପୁରସ୍କୃତ କରାଯାଇଛି।

ଲୋକମତ ଶ୍ରେଷ୍ଠ ସାଂସଦ ପୁରସ୍କାର ଏହାଥିଲା ପ୍ରଥମ ସଂସ୍କରଣ । ଲୋକମତ ସଂସଦୀୟ ପୁରସ୍କାର କମିଟିର ଅଧ୍ୟକ୍ଷ ଓ ଲୋକସଭାର ପୂର୍ବତନ ମହାସଚିବ ସୁଭାଷ କଶ୍ୟପ ଙ୍କ ନେତୃତ୍ବରେ ଗଠିତ ବିଚାରକ ମଣ୍ଡଳୀ ବିଜେତାଙ୍କୁ ଚୟନ କରିଥିଲେ । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ ।

Exit mobile version