Site icon ଆଜିକାଲି

ଆସାମ ବିଧାନସଭାରେ ଉଚ୍ଛେଦ ହେଲା ୨ ଘଣ୍ଟିଆ ନମାଜ ବିରତି

ନୂଆଦିଲ୍ଲୀ : ଆସାମ ବିଧାନସଭାରେ ଦୀର୍ଘବର୍ଷ ଧରି ପ୍ରଚଳିତ ୨ ଘଣ୍ଟିଆ ନମାଜ ବିରତି ବ୍ୟବସ୍ଥାକୁ ଶୁକ୍ରବାର ଉଚ୍ଛେଦ କରିଦିଆଯାଇଛି। ବିଧାନସଭା ପକ୍ଷରୁ ଏ ନେଇ ସାମାଜିକ ଗଣମାଧ୍ୟମ ଏକ୍ସ’ ଜରିଆରେ ସୂଚନା ଦିଆଯାଇଛି। ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା। ଏହାଦ୍ଵାରା ୨ ଘଣ୍ଟା ସମୟ ବଞ୍ଚିବ ଏବଂ ଉତ୍ପାଦନ ଶକ୍ତି ବୃଦ୍ଧି ପାଇବ ବୋଲି ହିମନ୍ତ କହିଛନ୍ତି।

୧୯୩୭ ମସିହାରେ ମୁସଲିମ ଲିଗ୍‌ ସରକାର ସମୟରେ ସୟିଦ ସାଦୁଲ୍ଲାଙ୍କ ଦ୍ଵାରା ଆସାମ ବିଧାନସଭାରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ପ୍ରତି ଶୁକ୍ରବାର ନମାଜ ପାଠ ପାଇଁ ମୁସଲମାନ ବିଧାୟକମାନଙ୍କ ଲାଗି ୨ ଘଣ୍ଟିଆ ଜୁମ୍ମା ବିରତି ଦିଆଯାଉଥିଲା। ଫଳରେ ୨ ଘଣ୍ଟା ପାଇଁ ଗୃହକୁ ସ୍ଥଗିତ ରଖାଯାଉଥିଲା। କିନ୍ତୁ ଏହାକୁ ଶୁକ୍ରବାର ବିଧାନସଭା ପକ୍ଷରୁ ହଟାଇ ଦିଆଯାଇଛି। ଆସାମରେ ପ୍ରକୃତ ଧର୍ମନିରପେକ୍ଷତା ସ୍ଥାପନ ଦିଗରେ ଏହି ନିଷ୍ପତ୍ତି ଏକ ମାଇଲଖୁଣ୍ଟ ବୋଲି ଆସାମ ମନ୍ତ୍ରୀ ପିଯୁଶ ହଜାରିକା କହିଛନ୍ତି।

Exit mobile version