Site icon ଆଜିକାଲି

ଶିବସେନାର ନାମ ଓ ଚିହ୍ନ ପାଇଁ ହୋଇଛି ୨୦୦୦ କୋଟିର ଡିଲ୍ : ସଞ୍ଜୟ ରାଉତ

ନୂଆଦିଲ୍ଲୀ : ନିର୍ବାଚନ ଆୟୋଗ ଶିବସେନାର ନାମ ଏବଂ ଚିହ୍ନକୁ ଏକନାଥ ସିନ୍ଦେ ଗୋଷ୍ଠୀକୁ ଦେବା ପରେ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀ ମଧ୍ୟରେ ବୟାନବାଜି ଜାରି ରହିଛି । ନିର୍ବାଚନ ଆୟୋଗର ଏହି ନିଷ୍ପତ୍ତିକୁ ଉଦ୍ଧବ ଗୋଷ୍ଠୀ ତୀବ୍ର ବିରୋଧ କରିଛି ଓ ସୁପ୍ରିମକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରାଯିବ ବୋଲି କହିଛି ।

ଏହାରି ଭିତରେ ଉଦ୍ଧବ ଗୋଷ୍ଠୀ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି । ରାଉତ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଚିହ୍ନ ଏବଂ ନାମ ପାଇବା ପାଇଁ ଏପର୍ଯ୍ୟନ୍ତ ୨୦୦୦ କୋଟିଓ ଡିଲ୍ ହୋଇଛି । ଏଥିସହିତ ଏହା ଶତ ପ୍ରତିଶତ ସତ ବୋଲି ରାଉତ ଦାବି କରିଛନ୍ତି । ଖୁବ୍ ଶୀଘ୍ର ଏନେଇ ସେ ଅଧିକ ଖୁଲାସା କରିବେ ବୋଲି ସେ କହିଛନ୍ତି ।

ଏହାପୂର୍ବରୁ ରାଉତ କହିଥିଲେ ଯେ “ଆମ ଦଳ ଲୁଟର ଶିକାର ହୋଇଛି। ଆମେ ଏହାର ତଦନ୍ତ କରିବୁ। ଚୋରକୁ ଧରାଯିବ। ଧନୁ-ତୀର ଚିହ୍ନକୁ କିଏ ଚୋରି କରିଛି ? ଆମେ କେବଳ ଧନୁ-ତୀର ଚୋରି କରିଥିବା ଲୋକଙ୍କ ମୁଖା ଖୋଲିବାକୁ ଚାହୁଛୁ। ଏହି ଚୋରି ସେମାନଙ୍କୁ ମହଙ୍ଗା ପଡ଼ିବ।”

Exit mobile version