Site icon ଆଜିକାଲି

ଅଚଳ ନୁହେଁ, କେବଳ ଫେରାଇ ନିଆଯାଉଛି ୨୦୦୦ ଟଙ୍କିଆ ନୋଟ୍ : ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ : ଅଚଳ ନୁହେଁ ୨୦୦୦ ଟଙ୍କିଆ । ନୋଟ୍ ବନ୍ଦର ହେବାର ବି କୌଣସି ସୂଚନା ଦିଆଯାଇନାହିଁ । ‘କ୍ଲିନ୍ ନୋଟ୍ ପଲିସି’ ଆଧରରେ କେବଳ ନୋଟକୁ ଫେରାଇ ନିଆଯାଉଛି । ବଜାରରୁ ସମସ୍ତ ୨୦୦୦ ଟଙ୍କିଆ ନୋଟକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଫେରାଇ ନେବାକୁ ପ୍ଲାନ୍ କରିଛି । ତେଣୁ ମିଛ ପ୍ରଚାରରୁ ଦୂରେଇ ରୁହନ୍ତୁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ନୋଟ୍ ଫେରାଇ ନେବାର ସମୟ ସୀମାରେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରହିଛି । କିଛି ଦିନର ବ୍ୟବଧାନରେ ଆରବିଆଇ କୌଣସି ଏକ ନୋଟ୍ ସିରିଜ ବାହାର କରିଦିଏ ଏବଂ ଏହି ସ୍ଥାନରେ ଅନ୍ୟ ନୋଟ୍‌ ଜାରି କରିଥାଏ ।

ଗଭର୍ଣ୍ଣରଙ୍କ ସୂଚନା ମୁତାବକ, ଆରବିଆଇ ଆକ୍ଟର ଧାରା-୨୭ ଅନୁଯାୟୀ, ଯେଉଁ ନୋଟ୍ ଖରାପ ହୋଇଯାଇ ଥାଏ ତାକୁ ରିଜର୍ଭ ବ୍ୟାଙ୍କ୍ ପୁଣି ଥରେ ଜାରି କରିବ ନାହିଁ । ଅନ୍ୟପଟେ ନୋଟ୍ ବନ୍ଦୀର କଠିନ ସମୟରେ ନଗଦ ସମସ୍ୟାକୁ ପୂରଣ କରିବାକୁ ୨୦୦୦ ଟଙ୍କିଆ ନୋଟକୁ ବଜାରକୁ ଛଡ଼ାଯାଇଥିଲା । ଏହି ନୋଟ୍‌କୁ ଫେରାଇ ନେବାର ନିଷ୍ପତ୍ତି ମୁଦ୍ରା ପ୍ରବନ୍ଧନର କ୍ଷମତା ଭିତରେ ଆସୁଛି । ତେଣୁ ଏହି ନୋଟ୍‌କୁ ଆରବିଆଇ ଫେରାଇ ନେଉଛି । ସେହିପରି ୨୦୦୦ ଟଙ୍କିଆ ବଦଳାଇବାକୁ ଜରୁରୀ ବ୍ୟବସ୍ଥା କରାଯାଇଛି । ଆସନ୍ତା ସେପ୍ଟେମ୍ବର ସୁଧା ଅଧିକରୁ ଅଧିକ ନୋଟ୍ ଫେରାଇ ନେବାକୁ ଆରବିଆଇ ଚେଷ୍ଟା ଚଳାଇଛି ।

Exit mobile version