Site icon ଆଜିକାଲି

୨୦୦୭ ଟି-୨୦ ବିଶ୍ୱକପର ହିରୋ ଯୋଗିନ୍ଦର ଶର୍ମାଙ୍କ ଅବସର

ନୂଆଦିଲ୍ଲୀ: ୨୦୦୭ ଟି-୨୦ ବିଶ୍ୱକପର ହିରୋ ମିଡିୟମ ପେସର ଯୋଗିନ୍ଦର ଶର୍ମା କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ଯୋଗିନ୍ଦର ଶର୍ମା ଟ୍ୱିଟ୍ କରି ଏହି ବିଷୟରେ ସୂଚନା ଦେଇଛନ୍ତି ଏବଂ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେ ବିସିସିଆଇକୁ ଲେଖିଥିବା ଏକ ପତ୍ରରେ କହିଛନ୍ତି ଯେ ୨୦୦୨ ରୁ ୨୦୧୭ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଚମତ୍କାର ଥିଲା। ସେ ବିସିସିଆଇ, ହରିୟାଣା କ୍ରିକେଟ୍ ଆସୋସିଏସନ୍, ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ହରିୟାଣା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଟି-୨୦ ବିଶ୍ୱକପ୍‌ର ଫାଇନାଲରେ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଶେଷ ଓଭର ବୋଲିଂ କରିବା ଦାୟିତ୍ବ ଯୋଗୀନ୍ଦର ଶର୍ମାଙ୍କୁ ଦେଇଥିଲେ। ତାଙ୍କ ପ୍ରଥମ ବଲରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ମିସବାହ-ଉଲ-ହକ୍‌ ଏକ ଛକା ମାରିଥିଲେ । କିନ୍ତୁ ପରବର୍ତ୍ତୀ ବଲରେ ଯୋଗିନ୍ଦର ତାଙ୍କୁ ଆଉଟ୍ କରି ଭାରତୀୟ ଦଳକୁ ରୋମାଞ୍ଚକର ବିଜୟ ଦେଇଥିଲେ ।
ଯୋଗିନ୍ଦର ଶର୍ମା ଭାରତ ପାଇଁ ୪ଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ସମ୍ପ୍ରତି ସେ ହରିୟାଣା ପୋଲିସରେ ଡିଏସପି ଭାବ କାର୍ଯ୍ୟରତ ।

Exit mobile version