Site icon ଆଜିକାଲି

୨୦୧୬ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଟୋରୀ ବୋଓ୍ବୀଙ୍କ ଦେହାନ୍ତ

ନୂଆଦିଲ୍ଲୀ : ପରଲୋକରେ ଅଲିମ୍ପିକ୍‌ରେ ତିନି ସ୍ବର୍ଣ୍ଣ ପଦକ ଜିତିଥିବା ଆମେରିକୀୟ ଧାବିକା ଏବଂ ଲଙ୍ଗ୍‌ ଜମ୍ପ୍‌ ବିଜେତା ଟୋରି ବୋଓ୍ବୀ । ମୃତ୍ୟୁବେଳକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା। ଗାର୍ଡିଆନ୍‌ର ରିପୋର୍ଟ ଅନୁଯାୟୀ ପୋଲିସ୍‌ ବୋଓ୍ବିଙ୍କ ମୃତଦେହ ଫ୍ଲୋରିଡାର ଅରଲାଣ୍ଡୋ ସ୍ଥିତ ଘରୁ ଉଦ୍ଧାର କରିଛି। ପୋଲିସ୍‌ର କହିବା ଅନୁଯାୟୀ, ଅନେକ ଦିନରୁ ସେ ନିଖୋଜ ଥିଲେ ପରେ ପୋଲିସ୍‌ ତାଙ୍କ ଘରକୁ ତନଖି କରିବାକୁ ଯାଇଥିଲା। ଆଉ ବନ୍ଦ ଘରୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା। ତେବେ ତାଙ୍କ ମୃତ୍ୟୁର ସନ୍ଦିଗ୍ଧ ଭାବରେ ତଦନ୍ତ କରାଯାଉନାହିଁ।

ଆଇଓସିର ଅଧ୍ୟକ୍ଷ ଥମସ ବାଖ ଏକ ଟ୍ବିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି, ଏହା ସହ ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାର ଏବଂ ବନ୍ଧୁଙ୍କ ପ୍ରତି ସମ୍ବେଦନା ଜଣାଇଥିବା ଟ୍ବିଟ୍‌ରେ କହିଛନ୍ତି । ଏହା ସହ ପ୍ରକୃତ ଚାମ୍ପିୟନଙ୍କୁ ଖେଳ ଜଗତ ହରାଇଥିବା ନେଇ କହିଛନ୍ତି।

Exit mobile version