Site icon ଆଜିକାଲି

୨୦୨୩ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗୀତାରେ ସାମିଲ ହୋଇପାରିବେ ବିବାହିତା ଓ ଜନନୀ

ନୂଆଦିଲ୍ଲୀ : ମହିଳାଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି। ୨୦୨୩ରେ ହେବାକୁ ଥିବା ୭୨ତମ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗୀତାର ନିୟମରେ ପରିବର୍ତ୍ତନ କରାଯାଇଛି। ଏଣିକି ଏହି ପ୍ରତିଯୋଗିତାରେ ବିବାହିତା ଓ ମା’ମାନେ ମଧ୍ୟ ସାମିଲ ହୋଇପାରିବେ। ଅନେକ ମହିଳା ଆକ୍ଟିଭିଷ୍ଟ ତଥା ପୂର୍ବତନ ଟାଇଟଲ ବିଜେତାଙ୍କ ଅପିଲ ପରେ ଦୀର୍ଘ ବର୍ଷର ନିୟମରେ ପରିବର୍ତ୍ତନ ଆଣିଛି। ଯାହାକୁ ନେଇ ବିବାହିତା ଆଶାୟୀଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି।

୨୦୨୩ରେ ହେବାକୁ ଥିବା ୭୨ତମ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଜନନୀ ଓ ବିବାହିତା ମହିଳାଙ୍କୁ ସାମିଲ କରିବାକୁ ମିସ ୟୁନିଭର୍ସ ନିଷ୍ପତ୍ତି ନେଇଛି। ପୂର୍ବରୁ ଏହି ସୁନ୍ଦରୀ ପ୍ରତିଯୋଗିତାରେ କେବଳ ଅବିବାହିତ ଯୁବତି ଓ ମହିଳାମାନେ ଅଂଶ ଗ୍ରହଣ କରୁଥିଲେ। ନିୟମ ଅନୁସାରେ କେବଳ ୧୮ରୁ ୨୮ ବର୍ଷର ମହିଳା ହିଁ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବାର ନିୟମ ଥିଲା। ଯେଉଁଥିପାଇଁ ଆଶାୟୀମାନେ ଏହି ବୟସ ମଧ୍ୟରେ ବିବାହ କରୁନଥିଲେ କିମ୍ବା ଗର୍ଭବତୀ ହେବାକୁ ଚାହୁଁନଥିଲେ।

Exit mobile version