Site icon ଆଜିକାଲି

ଭାରତ ସମେତ ୮ଟି ଦଳକୁ ୨୦୨୪ ମହିଳା ଟି-୨୦ ବିଶ୍ବକପ୍‌ ଯୋଗ୍ୟତା

ଦୁବାଇ: ଆସନ୍ତା ବର୍ଷ ବାଂଲାଦେଶରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ବକପ୍‌କୁ ଭାରତ ସମେତ ୮ ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି । ବାକି ୨ ଦଳ ଯୋଗ୍ୟତା ପ୍ରତିଯୋଗିତା ଦେଇ ସାମିଲ ହେବା ନେଇ ‌ଘୋଷଣା କଲା ଆଇସିସି ।

ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ବକପ୍‌ର ଅଷ୍ଟମ ସଂସ୍କରଣ ପରେ ଏହା ସ୍ପଷ୍ଟ ହୋଇଛି। ଗ୍ରୁପ୍‌-୧ର ଶୀର୍ଷ ୩ ଦଳ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଏବଂ ଗ୍ରୁପ୍‌-୨ ଶୀର୍ଷ ୩ ଦଳ ଇଂଲଣ୍ଡ, ଭାରତ ଓ ନ୍ୟୁଜିଲାଣ୍ଡ ଆଗାମୀ ବିଶ୍ବକପ୍‌ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିଲା ବେଳେ ବାଂଲାଦେଶ ଆୟୋଜକ ଭାବେ ଏହି ସ୍ଥାନ ପକ୍କା କରିଛି। ୨୭ ଫେବ୍ରୁଆରି ୨୦୨୩ରେ ଆଇସିସି ମାନ୍ୟତାର ସପ୍ତମ ସ୍ଥାନରେ ଥିବାରୁ ପାକସ୍ତାନ ମଧ୍ୟ ବିଶ୍ବକପ୍ ଟିକେଟ୍‌ ପାଇଛି। ଯୋଗ୍ୟତା ପର୍ଯ୍ୟାୟ ୨୦୨୪ ଆରମ୍ଭରୁ ହେବ। କିନ୍ତୁ ଏହାର ତାରିଖ ଓ ସ୍ଥାନ ଶୀଘ୍ର ଘୋଷଣା କରାଯିବ ବୋଲି ଆଇସିସି କହିଛି।

Exit mobile version