Site icon ଆଜିକାଲି

ଲୁଇଷ୍ଟନରେ ଆଖିବୁଜା ଗୁଳିମାଡ଼ : ୨୨ ମୃତ, ୬୦ ଆହତ

ଓ୍ୱାଶିଂଟନ: ଆମେରିକ ମେଇନ୍ ପ୍ରଦେଶର ଲୁଇଷ୍ଟନ ସହରରେ ଜଣେ ଯୁବକର ଆଖିବୁଜା ଗୁଳିମାଡ଼ ଯୋଗୁଁ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ବୁଧବାର ରାତିରେ ଘଟିଛି ଏହି ଘଟଣା। ଏହି ଘଟଣାରେ ପ୍ରାୟ ୬୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୁଳିମାଡ଼ କରିଥିବା ଯୁବକ ଧରାପଡ଼ି ନଥିବା ଯୋଗୁଁ ପୋଲିସ ଲୋକଙ୍କୁ ସତର୍କ ରହିବାକୁ କହିଛି । ସମଗ୍ର ସହରରେ ହାଇ ଆଲର୍ଟ ଜାରି କରାଯାଇଛି । ଅଭିଯୁକ୍ତ ଚିହ୍ନଟ ହୋଇଛି। ତା’ର ନାଁ ରୋବର୍ଟ କାର୍ଡ ଓ ବୟସ ୪୦ ବର୍ଷ ହେବ ବୋଲି କହିଛି ପୋଲିସ।

ପୋଲିସର ସୂଚନାନୁସାରେ, ରାତି ପ୍ରାୟ ୮ ଟାରେ ତିନିଟି ସ୍ଥାନରେ ଏଭଳି ଗୁଳିକାଣ୍ଡ ଘଟିଥିଲା । ତିନୋଟି ଯାକ ଘଟଣାରେ ଜଣେ ବ୍ୟକ୍ତିର ସମ୍ପୃକ୍ତି ରହିଛି । ଅଭିଯୁକ୍ତ ଜଣକ ସ୍ପେୟାର ଟାଇମ୍ ରିକ୍ରିଏସନ୍, ସ୍କେମେନେଜ୍ ବାର୍ ଏବଂ ଗ୍ରିଲ୍ ରେଷ୍ଟୁରାଣ୍ଟ ଓ ୱାଲମାର୍ଟ ସେଣ୍ଟରରେ ଲୋକଙ୍କ ଉପରକୁ ଗୁଳିମାଡ଼ କରିଥିଲା ।

Exit mobile version