Site icon ଆଜିକାଲି

ନକଲି ଆଧାର କାର୍ଡ ଦେଖାଇ ସଂସଦ ଭବନରେ ପ୍ରବେଶ ଉଦ୍ୟମ, ୩ ଗିରଫ

ନୂଆଦିଲ୍ଲୀ: ନକଲି ଆଧାର କାର୍ଡ ଦେଇ ସଂସଦ ଭବନରେ ପ୍ରବେଶ ଉଦ୍ୟମକୁ ସିଆଇଏସ୍ଏଫ୍ ଯବାନମାନେ ଭଣ୍ଡୁର କରିଦେଇଛନ୍ତି। ତିନିଜଣ ଶ୍ରମିକ ନକଲି ଆଧାର କାର୍ଡ ସହ ସଂସଦ ଭବନରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ, କିନ୍ତୁ ସେଠାରେ ଉପସ୍ଥିତ ଥିବା ସିଆଇଏସ୍ଏଫ୍ ଯବାନମାନେ ସେମାନଙ୍କ ଉଦ୍ୟମକୁ ଭଣ୍ଡୁର କରିଦେଇଚନ୍ତି। ସମସ୍ତ ତିନି ଶ୍ରମିକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଗିରଫ ତିନି ଶ୍ରମିକଙ୍କ ନାମ କାସିମ, ଶୋଏବ ଏବଂ ମୋନିସ ବୋଲି ଜଣାପଡ଼ିଛି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଅନେକ ଗୁରୁତର ଅପରାଧ ଧାରା ଅଧୀନରେ ଏତଲା ରୁଜୁ ହୋଇଛି। ଜୁନ୍ ୪ ତାରିଖ ଦିନ ୧:୩୦ ସମୟରେ ସଂସଦ ଭବନର ଗେଟ୍ ନମ୍ବର ୩ ରେ ଏହି ଘଟଣା ଘଟିଥିବା କୁହାଯାଉଛି। ଏହି ଘଟଣା ପରେ ସଂସଦ ଭବନର ସୁରକ୍ଷା ଦାୟିତ୍ଵ ସିଆରପିଏଫ ଓ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରାଯାଇଛି।

Exit mobile version