Site icon ଆଜିକାଲି

ନକ୍ସଲ ଆକ୍ରମଣରେ ୩ ସିଆରପିଏଫ୍ ଯବାନ ସହିଦ୍‌, ୧୪ ଆହତ

ରାୟପୁର: ଛତିଶଗଡର ବିଜାପୁର ଜିଲ୍ଲାରେ ମଙ୍ଗଳବାର ମାଓବାଦୀଙ୍କ ସହ ଗୁଳି ବିନିମୟରେ ୩ ଜଣ ସିଆରପିଏଫ୍ ଯବାନ ସହିଦ୍ ହୋଇଛନ୍ତି । ଏହି ଘଟଣାରେ ଆଉ ୧୪ ଜଣ ଯବାନ ଆହତ ହୋଇଛନ୍ତି।

ପୋଲିସ ମହାନିର୍ଦ୍ଦେଶକ (ବସ୍ତର ରେଞ୍ଜ) ସୁନ୍ଦରରାଜ ପି କହିଛନ୍ତି, ସୁରକ୍ଷା କର୍ମୀଙ୍କ ମିଳିତ ଟିମ୍ ତରଫରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ବିଜାପୁର ଓ ସୁକମା ଜିଲ୍ଲା ସୀମାରେ ଅବସ୍ଥିତ ଟେକଲଗୁଡେମ ଗ୍ରାମ ନିକଟରେ ଏହି ଘଟଣା ଘଟିଥିଲା ।

କୋବ୍ରା କମାଣ୍ଡୋର ୨୦୧ ବାଟାଲିୟନ ଓ ସିଆରପିଏଫ୍ ର ୧୫୦ ବାଟାଲିୟନର ଏକ ଟିମ୍ ଏହି ଅଞ୍ଚଳରେ ଏକ ଫରୱାର୍ଡ ଅପରେସନ୍ କ୍ୟାମ୍ପ (ଏଫ୍ଓବି) ସ୍ଥାପନ ପାଇଁ କାମ କରୁଥିବା ବେଳେ ଦିନ ପ୍ରାୟ ୧ଟା ସମୟରେ ଏହି ଏନକାଉଣ୍ଟର ହୋଇଥିଲା। କୋବ୍ରା କମାଣ୍ଡୋମାନେ ନକ୍ସଲ ଆକ୍ରମଣର ପାଲଟା ଜବାବ ଦେଇଥିଲେ । ଆହତ ଯବାନ ମାନଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳକୁ ହେଲିକପ୍ଟର ପଠାଯାଇଛି ।

Exit mobile version