Site icon ଆଜିକାଲି

ପୁଣି ଡରାଇଲାଣି କରୋନା। : ୧୦ ଦିନରେ ୩ ମୃତ, ୬୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ପୁଣି ଡରାଇଲାଣି କରୋନା। କୋଭିଡର ନୂଆ ସବ ଭ୍ୟାରିଆଣ୍ଟକୁ ନେଇ ବଢୁଛି ଚିନ୍ତା । ୧୦ ଦିନରେ ୩ ଜଣଙ୍କ ଜୀବନ ଗଲାଣି । ୬୦୦ରୁ ଅଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଲେଣି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଭାରତରେ ୬୧୪ ନୂଆ ସଂକ୍ରମିତ ଚିହ୍ନଟ ହେଲେଣି । ଯାହା ମେ ୨୧ ତାରିଖ ପରଠୁ ସର୍ବାଧିକ ହୋଇଥିବା ବେଳେ କୋଭିଡ୍ ସକ୍ରିୟ ମାମଲା ୨୩୧୧କୁ ବୃଦ୍ଧି ପାଇଛି । କେବଳ ବୁଧବାର ଜେଏନ.୧ କୋଭିଡ୍ ସଂକ୍ରମଣରେ ୨୧ ନୂଆ ମାମଲା ସାମ୍ନାକୁ ଆସିଛି । ନୂଆ ସବଭାରିଆଣ୍ଟର ହଟସ୍ପଟ୍ ଏବେ କେରଳ ।

କେବଳ କେରଳରୁ ୨୯୨ କେସ୍ ଚିହ୍ନଟ ହୋଇଛି । କେଭିଡରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗୋଆରୁ ୧୯ କେସ୍ ଓ ଗୋଟିଏ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି। ତେବେ ସବଭାରିଆଣ୍ଟ ଜେଏନ.୧ର ଲକ୍ଷଣ ସାମାନ୍ୟ ରହୁଛି। କୋଭିଡ୍ ସଂକ୍ରମଣକୁ ଦେଖି ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ମାସ୍କ କଟକଣା ଫେରିଛି । କର୍ଣ୍ଣାଟକରେ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ଅନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଫେସ୍ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ଚଣ୍ଡିଗଡ଼କୁ ମଧ୍ୟ ଫେରିଛି ମାସ୍କ କଟକଣା 

Exit mobile version