Site icon ଆଜିକାଲି

ଆଜି ଆସିବ ୩ ରାଜ୍ୟର ନିର୍ବାଚନ ଫଳ

ନୂଆଦିଲ୍ଲୀ : ଆଜି ଆସିବ ତିନି ଉତ୍ତରପୂର୍ବ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ୍‌ ବାଲଟ୍‌ରୁ ଗଣତି ଆରମ୍ଭ ହେବ ଏବଂ ଏହାପରେ ଇଭିଏମ୍‌ର ଗଣତି ପ୍ରକ୍ରିୟା ଚାଲିବ। ଅପରାହ୍ନ ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇଯିବ। ଫେବ୍ରୁଆରି ୧୬ ତାରିଖରେ ତ୍ରିପୁରାରେ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ମେଘାଳୟ ଓ ନାଗାଲାଣ୍ଡରେ ଫେବ୍ରୁଆରି ୨୭ରେ ଭୋଟ୍‌ ଗ୍ରହଣ ହୋଇଥିଲା। ୩ ରାଜ୍ୟରେ ୬୦ ଲେଖାଏଁ ଆସନ ଥିବାବେଳେ କେବଳ ତ୍ରିପୁରାକୁ ବାଦ୍ ଦେଲେ ଅନ୍ୟ ଦୁଇ ରାଜ୍ୟରେ ୫୯ ଆସନ ପାଇଁ ମତଦାନ ହୋଇଛି । କିନ୍ତୁ ୩ ରାଜ୍ୟରେ ସରକାର ଗଠନ ପାଇଁ ଆବଶ୍ୟକ ରହିଛି ୩୧ ଆସନ ।

Exit mobile version