Site icon ଆଜିକାଲି

ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ୩ ମହିଳା ନକ୍ସଲ ନିହତ, ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ : ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଅବୁଝାମାଡ଼ର ଘଞ୍ଚ ଜଙ୍ଗଲରେ ସୁରକ୍ଷାବାହିନୀ ସହ ଚାଲିଥିବା ଏନକାଉଣ୍ଟରରେ ୩ ଜଣ ମହିଳା ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ନକ୍ସଲ ସମ୍ବନ୍ଧୀୟ ସାମଗ୍ରୀ ଜବତ କରାଯାଇଛି। ବସ୍ତର ଆଇଜି ପି ସୁନ୍ଦରରାଜ କହିଛନ୍ତି, ସକାଳ ୮ଟାରୁ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା ଏବଂ ଏବେ ବି ଜାରି ରହିଛି ଏବଂ ଜିଲ୍ଲା ରିଜର୍ଭ ଗାର୍ଡ, ସ୍ପେଶାଲ ଟାସ୍କ ଫୋର୍ସ ଏବଂ ସୀମା ସୁରକ୍ଷା ବଳର ମିଳିତ ଟିମ୍ ଏହି ଅପରେସନରେ ନିୟୋଜିତ ଅଛନ୍ତି।

ନାରାୟଣପୁର ଓ କାଙ୍କେର ଜିଲ୍ଲାର ସୀମା ନିକଟବର୍ତ୍ତୀ ଅବୁଝାମାଡ଼ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୩ ଜଣ ସଶସ୍ତ୍ର ମହିଳା ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ନକ୍ସଲ ସମ୍ବନ୍ଧୀୟ ସାମଗ୍ରୀ ମିଳିଛି। ସମସ୍ତ ସୁରକ୍ଷା କର୍ମୀ ସୁରକ୍ଷିତ ଅଛନ୍ତି ବୋଲି ବସ୍ତର ଆଇଜି ପି ସୁନ୍ଦରରାଜ କହିଛନ୍ତି।

Exit mobile version