Site icon ଆଜିକାଲି

ନିର୍ବାଚନରେ ନିୟୋଜିତ ଆସାମର ୩୦ରୁ ଅଧିକ ପୁଲିସ କର୍ମଚାରୀ ଦୁର୍ଘଟଣାରେ ଆହତ

ନୂଆଦିଲ୍ଲୀ : ବିହାରର ମୁଜାଫରପୁର ଜିଲ୍ଲାରେ ବୁଧବାର ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଆସାମ ପୁଲିସର ୩୦ରୁ ଅଧିକ ଯବାନ ଆହତ ହୋଇଛନ୍ତି। ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ରାକେଶ କୁମାର କହିଛନ୍ତି ଯେ ଜାତୀୟ ରାଜପଥର ସାକ୍ରା ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

ସୋମବାର ନିର୍ବାଚନ ହୋଇଥିବା ସମସ୍ତିପୁରରେ ନିୟୋଜିତ ହୋଇଥିବା ଆସାମ ପୁଲିସର ୩୬ ଜଣ ଯବାନ ବସରେ ଯାତ୍ରା କରୁଥିଲେ। ସେମାନେ ସାରଣ ଅଭିମୁଖେ ଯାଉଥିଲେ, ଯେଉଁଠାରେ ଆସନ୍ତା ସପ୍ତାହରେ ମତଦାନ ହେବାର କାର୍ଯ୍ୟକ୍ରମ ରହିଛି।

୨୮ ନମ୍ବର ଜାତୀୟ ରାଜପଥରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକକୁ ବସ୍ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଏସଏସପି କହିଛନ୍ତି।

Exit mobile version