Site icon ଆଜିକାଲି

ଗୋଆରେ ନୌସେନାର ମିଗ୍‌-୨୯ ଦୁର୍ଘଟଣାଗ୍ରସ୍ତ

ଗୋଆ: ନୌସେନାର ମିଗ୍‌-୨୯ ‘କେ’ ଲଢ଼ୁଆ ବିମାନ ଗୋଆର ସମୁଦ୍ର ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଛି । କିନ୍ତୁ ପାଇଲଟ ସୁରକ୍ଷିତ ଥିବା ସୂଚନା ମିଳିଛି । ବିମାନର ସ୍ଥିତିକୁ ଦୃଷ୍ଟିରେ ରଖି ପାଇଲଟ ସୁରକ୍ଷିତ ଭାବେ ସମୁଦ୍ରକୁ ଡିଆଁ ମାରି ଦେଇଥିଲେ । ପରେ ନୌସେନା ରେସ୍କ୍ୟୁ ଅପରେସନ ଦ୍ୱାରା ପାଇଲଟଙ୍କୁ ବାହାର କରିଛନ୍ତି । ଏବେ ପାଇଲଟଙ୍କ ସ୍ଥିତି ସ୍ଥିର ରହିଛି । ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପଛର କାରଣ ଜାଣିବା ପାଇଁ ବୋର୍ଡ ଅଫ୍ ଇନକ୍ୱାୟରୀକୁ ଆଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ୨୦୨୧ ଡିସେମ୍ବରରେ ରାଜସ୍ଥାନର ଜେସଲମେରରେ ଭାରତୀୟ ବାୟୁସେନାର ମିଗ୍‌-୨୧ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ଘଟିଥିଲା ।

Exit mobile version