Site icon ଆଜିକାଲି

ଆଜି ୩ୟ ଟି-୨୦ ମ୍ୟାଚ୍‌ : ସିରିଜ ବିଜୟ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା, ଭାରତ ପାଇଁ ‘କର ବା ମର’

ଜୋହାନସବର୍ଗ : ଦକ୍ଷିଣ ଆଫ୍ରିକା-ଭାରତ ଟି-୨୦ ସିରିଜର ଗୁରୁବାର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ । ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବାତିଲ ହୋଇଥିବା ବେଳେ ୨ୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟିମ୍‌ ୫ ଓ୍ୱିକେଟ୍‌ରେ ଭାରତକୁ ପରାସ୍ତ କରିଥିଲା । ଆଉ ଆଜି ଖେଳାଯିବ ସିରିଜ୍‌ର ଶେଷ ମ୍ୟାଚ୍‌ । ଭାରତୀୟ ସମୟ ରାତି ୮ ଟା ୩୦ ମିନିଟ୍‌ରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ଭାରତ।

ତେବେ ସିରିଜର ପ୍ରଥମ ମ୍ୟାଚ୍‌ ରବିବାର ଦିନ ଖେଳାଯିବାର ଥିଲା । ବର୍ଷା ହେବା ଲାଗି ମ୍ୟାଚ୍‌ଟି ବାତିଲ ହୋଇଥିଲା । ଏହାପରେ ମଙ୍ଗଳବାର ଦିନ ୨ୟ ମ୍ୟାଚ୍‌ ଖେଳାଯାଇଥିଲେ । ଯେଉଁଥିରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍ ୧୮୦ ରନ୍‌ ଟାର୍ଗେଟ ଦେଇଥିଲେ । କିନ୍ତୁ ବର୍ଷା ହେବାରୁ ଦକ୍ଷିଣ ଆଫ୍ରିକା ଟିମ୍‌କୁ ୧୫ ଓଭରରେ ୧୫୦ ରନ୍‌ର ଟାର୍ଗେଟ ମିଳିଥିଲା । ଘରୋଇ ଟିମ୍‌ ଏହି ଟାର୍ଗେଟକୁ ୧୩.୫ ଓଭରରେ ହାସଲ କରିନେଇଥିଲା । ଯାହାଫଳରେ ଦକ୍ଷିଣ ଆଫ୍ରିକା ଟିମ୍‌ ୧-୦ରେ ଆଗୁଆ ରହିଛି ।

ସେହିପରି ଆଜି ମାନେ ଗୁରୁବାର ଦିନ ସିରିଜ୍‌ର ଖେଳାଯିବ ତୃତୀୟ ମ୍ୟାଚ୍‌ । ଭାରତ ପାଇଁ ଏହି ମ୍ୟାଚ୍‌ କର ବା ମର ସ୍ଥିତି । ଯଦି ଭାରତୀୟ ଟିମ୍‌ ଏହି ମ୍ୟାଚ୍‌ରେ ବିଜୟୀ ହୁଏ, ତେବେ ସିରିଜ୍‌କୁ ଫେରିବ । ଆଉ ୧-୧ରେ ସିରିଜ ବରାବରରେ ଶେଷ ହେବ । କିନ୍ତୁ ଯଦି ଦକ୍ଷିଣ ଆଫ୍ରିକା ଆଜିର ମ୍ୟାଚ୍‌ରେ ବିଜୟୀ ହୋଇଯାଉଛି । ତେବେ ସିରିଜ୍‌ କବ୍‌ଜା କରିବାରେ ସଫଳ ହେବ ।

ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଦଳ : ରିଜା ହେଣ୍ଡରିକ୍ସ, ମାଥ୍ୟୁ ବ୍ରିଜକି, ଆଡେନ ମାରକ୍ରମ(ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ/ହେନରିକ କ୍ଲାସେନ, ଡେଭିଡ୍‌ ମିଲର, ଡୋନୋଭାନ ଫେରେରା, ମାର୍କୋ ଜାନସେନ, କେଶବ ମହାରାଜ, ଗେରାଲ୍ଡ କୋଏଜି, ନାନ୍ଦ୍ରେ ବର୍ଗର, ତାବ୍ରେଜ ସାମସି ।

ଭାରତ ସମ୍ଭାବ୍ୟ ଦଳ : ଯଶସ୍ୱୀ ଜୈସ୍ୱାଲ୍‌, ଶୁଭମନ ଗିଲ୍‌/ ଋତୁରାଜ ଗାଏକୱାଡ୍‌, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ରିଙ୍କୁ ସିଂହ, ଜିତେଶ ଶର୍ମା, ରବିନ୍ଦ୍ର ଜାଡେଜା, ଦୀପକ ଚହର, କୁଲଦୀପ ଯାଦବ/ରବି ବିଷ୍ଣୋଇ, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ/ମୁକେଶ କୁମାର ।

Exit mobile version