Site icon ଆଜିକାଲି

ନୋଏଡାରେ କାନ୍ଥ ଭୁଶୁଡ଼ି ୪ ମୃତ

ନୋଏଡା: ଉତ୍ତର ପ୍ରଦେଶର ନୋଏଡାରେ ଏକ ସୋସାଇଟି କାନ୍ଥ ଭୁଶୁଡ଼ି ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ନୋଏଡା ସେକ୍ଟର ୨୧ର ଜଳବାୟୁ ବିହାର ସୋସାଇଟିର ଘଟିଛି

ସୂଚନା ଅନୁଯାୟୀ ସୋସାଇଟି ବାଉଣ୍ଡରୀ କାନ୍ଥକୁ ଲାଗିଥିବା ଡ୍ରେନର ମରାମତି କାର୍ଯ୍ୟ ଚାଲିଥିଲା। ଏହି ସମୟରେ କାନ୍ଥ ଭୁଶୁଡି ପଡିଥିଲା । ଯେଉଁ କାରଣରୁ ସେଠାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ କାନ୍ଥ ତଳେ ଦବି ହୋଇଯାଇଥିଲେ। ଗୌତମ ବୁଦ୍ଧ ନଗର ଜିଲ୍ଲା ମାଜିଷ୍ଟ୍ରେଟ ସୁହାସ ଏଲ.ଆଇ କାନ୍ଥ ଭୁଶୁଡ଼ି ୪ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ।

ସେ କହିଛନ୍ତି, “ଡ୍ରେନେଜ ମରାମତି କାମ ସମୟରେ ଶ୍ରମିକମାନେ ଇଟା ବାହାର କରୁଥିବା ବେଳେ କାନ୍ଥ ଭୁଶୁଡି ପଡିଥିଲା। ଏହି ଘଟଣାର ତଦନ୍ତ କରାଯିବ । ଜିଲା ଡାକ୍ତରଖାନାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କୈଳାଶ ଡାକ୍ତରଖାନାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଆଉ କିଛି ଲୋକ ମଧ୍ୟ କାନ୍ଥ ଭଗ୍ନାବଶେଷ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଚିକିତ୍ସା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Exit mobile version