Site icon ଆଜିକାଲି

ଜାପାନରେ ୫.୧ ତୀବ୍ରତାର ଭୂକମ୍ପ

ଟୋକିଓ: ଭୂକମ୍ପରେ ଥରିଲା ଜାପାନ । ସୋମବାର (ଫେବୃଆରୀ ୨୦) ଜାପାନର ହକ୍କାଇଡୋ ଅଞ୍ଚଳରେ ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରେକର୍ଡ କରାଯାଇଛି। ପ୍ରଥମେ ଭୂକମ୍ପର ତୀବ୍ରତା ୫.୫ ବୋଲି କୁହାଯାଇଥିଲା, ପରେ ଏହାକୁ ସଂଶୋଧନ କରାଯାଇଥିଲା। ଭୂକମ୍ପ ଯୋଗୁଁ ଧନଜୀବନ ହାନି ନେଇ ଏଯାବତ୍ କୌଣସି ସୂଚନା ନାହିଁ ।

ରିପୋର୍ଟ ଅନୁଯାୟୀ, ସୋମବାର ସ୍ଥାନୀୟ ସମୟ ଭୋର୍ ଋ ୩.୫୫ରେ କମ୍ପନ ଅନୁଭୂତ ହୋଇଥିଲା। ସୂଚନାନୁସାରେ, ଭୂକମ୍ପର କେନ୍ଦ୍ର ୧୧୨ କିଲୋମିଟର ଗଭୀର ଥିଲା। ଏହି ଭୂକମ୍ପର ତୀବ୍ରତା ପୂର୍ବରୁ ୫.୫ ବୋଲି ରିପୋର୍ଟ କରାଯାଇଥିଲା, କିନ୍ତୁ ପ୍ୟାରିସ ଭିତ୍ତିକ ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍ଏସସି) ପରେ ଏହାକୁ ସଂଶୋଧନ କରି ଏହା ୫.୧ ବୋଲି କହିଥିଲେ। ଜାପାନର ଉତ୍ତର ଦ୍ୱୀପପୁଞ୍ଜ ମଧ୍ୟରୁ ହକ୍କାଇଡୋ ଅନ୍ୟତମ |

ଫେବୃଆରୀ ୬ ରେ ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂକମ୍ପ ହୋଇଥିଲା। ଏହି ପ୍ରଳୟଙ୍କରୀ ଭୂକମ୍ପ ଯୋଗୁଁ ଦୁଇ ଦେଶରେ ଏପର୍ଯ୍ୟନ୍ତ ୪୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପ୍ରାୟ ୨୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

Exit mobile version