Site icon ଆଜିକାଲି

ବିବାହ ଉତ୍ସବରେ ସିଲିଣ୍ଡର ଫାଟି ୫ ମୃତ, ୬୦ ଆହତ

ଯୋଧପୁର : ରାଜସ୍ଥାନର ଭୁଙ୍ଗୁରା ଗ୍ରାମରେ ଅଭାବନୀୟ ଘଟଣା । ବିବାହ ଉତ୍ସବରେ ସିଲିଣ୍ଡର ବିସ୍ଫୋରଣ । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଶେରଗଡ଼ ଥାନା ଅଧିକାରୀ ଦେବେନ୍ଦ୍ର ସିଂହଙ୍କ ସୂଚନା ଅନୁଯାୟୀ, ଶେରଗଡ ଥାନା ଅଧୀନର ଭୁଙ୍ଗ୍ରା ଟାଉନସିପରେ ଗୋଟିଏ ଘରେ ବିବାହ ଉତ୍ସବ ଚାଲିଥିଲା । ଏହି ସମୟରେ ହଠାତ୍ ଚାରିଟି ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଗ୍ୟାସ ଲିକ୍ ଯୋଗୁଁ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ୬୦ ଜଣ ଲୋକ ପୋଡିଯାଇଛନ୍ତି। ସେମାନଙ୍କୁ ଯୋଧପୁରର ଏମବିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତଙ୍କ ମଧ୍ୟରୁ ୨୫ ଜଣ ଗୁରୁତର ଅଛନ୍ତି । ସେମାନଙ୍କର ଶରୀରର ୬୦%ରୁ ଉର୍ଦ୍ଧ୍ବ ଭାଗ ପୋଡ଼ି ଯାଇଛି।

ଘଟଣାର ଗମ୍ଭୀରତାକୁ ଦେଖି ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଶୁକ୍ରବାର ସକାଳେ ଜୟପୁରରୁ ଯୋଧପୁର ଅଭିମୁଖେ ଯାତ୍ରା କରିଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲୋଟ୍ ଜିଲା ଡାକ୍ତରଖାନାରେ ପହଞ୍ଚି ପୀଡିତ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଭେଟିବେ । ଶେରଗଡ ସିଲିଣ୍ଡର ବିସ୍ଫୋରଣର ଦୁଇ ମାସ ପୂର୍ବରୁ ଅକ୍ଟୋବର ୮ରେ ଯୋଧପୁରର କିର୍ତ୍ତୀ ନାଗରରେ ରିଫିଲିଂ ବେଳେ ଏକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଉକ୍ତ ଘଟଣାରେ ଗୋଟିଏ ପରିବାରର ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା।

Exit mobile version