Site icon ଆଜିକାଲି

ଝାଡ଼ଖଣ୍ଡ ଜଙ୍ଗଲରେ ଏନକାଉଣ୍ଟର; ଗୁଳିବିନିମୟରେ ୫ ନକ୍ସଲ ନିହତ

ରାଞ୍ଚି : ଝାଡଖଣ୍ଡ ପୁଲିସକୁ ସୋମବାର ଏକ ବଡ ସଫଳତା ମିଳିଛି। ପୁଲିସ ସହ ଗୁଳିବିନିମୟ ସମୟରେ ୫ ନକ୍ସଲ ନିହତ ହୋଇଥିବା ନେଇ ଖବର ମିଳିଛି। ନିହତ ୨ ନକ୍ସଲଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଅନ୍ୟ ୩ ନକ୍ସଲଙ୍କ ନାଁରେ ୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ରହିଥିଲା। ଏହି ଗୁଳିବିନିମୟ ଝାଡଖଣ୍ଡର ଚତ୍ରାରେ ଘଟିଛି। ସେମାନଙ୍କ ନିକଟରୁ ଏକେ-୪୭ ମଧ୍ୟ ଜବତ କରାଯାଇଛି। ଏହାସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ବର୍ତ୍ତମାନ ମଧ୍ୟ ପୁଲିସ ତଲାସି ଅଭିଯାନ ଜାରି ରହିଛି।

ସୂଚନାନୁଯାୟୀ, ଗୁଳିବିନିମୟରେ ମୃତ ନକ୍ସଲମାନଙ୍କ ମଧ୍ୟରେ ଗୌତମ ପାସୱାନ ଓ ଚାର୍ଲି ରହିଥିବା ଜଣାପଡିଛି।

Exit mobile version