Site icon ଆଜିକାଲି

କୁପୱାଡାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ସେନା, ପାଞ୍ଚ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜାମ୍ମୁକାଶ୍ମୀର କୁପୱାଡାର ମାଛିଲ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଛି ଭାରତୀୟ ସେନା । ଭାରତୀୟ ସୀମାକୁ ଅନୁପ୍ରବେଶ ଉଦ୍ୟମ କରୁଥିବା ପାଞ୍ଚ ଲଶ୍କର ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷା ବାହିନୀ।

ମାଛିଲ୍ ସେକ୍ଟରରେ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରୁଥିବା ନେଇ ସୂଚନା ପାଇବା ପରେ ଭାରତୀୟ ସେନା ଅପରେସନ୍ ଆରମ୍ଭ କରିଥିଲା । ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଅପରେସନରେ ମୋଟ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ଏନକାଉଣ୍ଟର ପରେ ଘଟଣାସ୍ଥଳରୁ ବିପୁଳ ପରିମାଣର ଗୁଳି ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

Exit mobile version