Site icon ଆଜିକାଲି

୨୦୨୩ ଡିସେମ୍ବର ସୁଦ୍ଧା ଦେଶର ପ୍ରତି ତହସିଲରେ ପହଞ୍ଚିବ ୫ଜି ସେବା

ନୂଆଦିଲ୍ଲୀ : ୫ଜି ଇଣ୍ଟରନେଟକୁ ଅପେକ୍ଷା କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଖୁସି ଖବର। ରିଲିଆନ୍ସ ଇଣ୍ଡଷ୍ଟ୍ରିଜର ସାଧାରଣ ବୈଠକ (ଏଜିଏମ)ରେ ମୁକେଶ ଅମ୍ବାନୀଙ୍କ ବଡ଼ ଘୋଷଣା । ଦୀପାବଳି ସୁଦ୍ଧା ଦେଶର ପ୍ରମୁଖ ସହର ସମେତ ୪ଟି ମେଟ୍ରୋ ସିଟି ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତାରେ ଆରମ୍ଭ ହେବ ୫ଜି ସେବା। ସେହିପରି ୨୦୨୩ ଡିସେମ୍ବର ସୁଦ୍ଧା ଦେଶର ପ୍ରତି ତହସିଲରେ ପହଞ୍ଚିବ ୫ଜି ସେବା ।

ମୁକେଶ ଅମ୍ବାନୀ କହିଛନ୍ତି ଯେ ଜିଓ ୫ଜି ଅତି ସୁଲଭ ମୂଲ୍ୟରେ ବହୁତ ଭଲ ଗୁଣର ଇଣ୍ଟରନେଟ୍ ସଂଯୋଗ ଯୋଗାଇବ । ଜିଓ ୫ଜି ଦୁନିଆର ସବୁଠାରୁ ବଡ ଏବଂ ଉନ୍ନତ ୫ଜି ନେଟୱାର୍କ ହେବ। ଅନ୍ୟ ଅପରେଟର୍ସମାନେ ନନ୍-ଷ୍ଟାଣ୍ଡ୍ ଏଲୋନ ୫ଜି ସେବା ଦେଉଥିବାା ବେଳେ ଜିଓ ଉପଭୋକ୍ତାମାନଙ୍କୁ ସର୍ବୋତ୍ତମ ୫ଜି ଅଭିଜ୍ଞତା ଦେବା ପାଇଁ ଅତ୍ୟାଧୁନିକ ଷ୍ଟାଣ୍ଡ ଏଲୋନ ୫ଜି ସେବା ପ୍ରଦାନ କରିବାକୁ ଯାଉଛି। ଏହି ଇଭେଣ୍ଟରେ ଉପଭୋକ୍ତା ଏବଂ ଅଂଶୀଦାରମାନଙ୍କୁ ସମ୍ବୋଧିତ କରି ମୁକେଶ ଅମ୍ବାନୀ ଜିଓ ୫ଜିକୁ ଟ୍ରୁ ୫ଜି ବୋଲି କହିଥିଲେ।

ସୂଚନା ଯେ, ଗତ ଅଗଷ୍ଟ ୧ରେ ୫ଜି ସ୍ପେକ୍ଟ୍ରମ ନିଲାମ ଶେଷ ହୋଇଥିଲା । ଏହି ନିଲାମରୁ ସରକାର ମୋଟ ୧ଲକ୍ଷ ୫୦ ହଜାର ୧୭୩ କୋଟି ଟଙ୍କା ପାଇବେ । ୫-ଜି ସ୍ପେକ୍ଟ୍ରମ ନିଲାମରେ ଜିଓ, ଏୟାରଟେଲ ବ୍ୟତୀତ ଭୋଡାଫୋନ ଆଇଡିଆ ଓ ଅଦାନି ଗ୍ରୁପ ମଧ୍ୟ ଅଂଶଗ୍ରହଣ କରିଥିଲା ।

Exit mobile version