Site icon ଆଜିକାଲି

କାର୍ଲିଫର୍ଣ୍ଣିଆରେ ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିମାଡ଼, ୬ ମୃତ

ନୂଆଦିଲ୍ଲୀ : ଆମେରିକାର କେନ୍ଦ୍ରୀୟ କାଲିଫୋର୍ନିଆ ସହରରେ ଗୁଳିକାଣ୍ଡ । ଏକ ଆପାର୍ଟମେଣ୍ଟରେ କିଛି ଦୁର୍ବୃତ୍ତ ଅତର୍କିତ ଗୁଳିମାଡ଼ କରିଛନ୍ତି । ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ୧୭ ବର୍ଷୀୟା ମା’ ଓ ୬ମାସର ଶିଶୁ ରହିଛନ୍ତି । ହତ୍ୟାକାଣ୍ଡ ପରେ ବନ୍ଧୁକଧାରୀମାନେ ଫେରାର୍ ହୋଇଯାଇଛନ୍ତି । ଘଟଣା ପରେ ସ୍ଥାନୀୟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରିବା ସହିତ ସନ୍ଧିଗ୍ଧଙ୍କୁ ଗିରଫ କରିବାକୁ ପ୍ରୟାସ ଚଳାଇଛି ।

ପୋଲିସ ରିପୋର୍ଟ ଅନୁଯାୟୀ, ସୋମବାର ସକାଳୁ ଏହି ଅଭାବନୀୟ ଘଟଣା ଘଟିଛି । ଦୁଇ ଜଣ ଦୁର୍ବୃତ୍ତ ଅଚାନକ ଗୋଟିଏ ପରିବାର ଉପରକୁ ଗୁଳି ବର୍ଷା କରିଥିରେ । ତୁଲାର କାଉଁଣ୍ଟି ଶେରିଫ୍ କାର୍ଯ୍ୟାଳୟର ଶେରିଫ୍ ମାଇକ୍ ଏହାକୁ ‘ଲକ୍ଷିତ୍’ ହମଲା କହିଛନ୍ତି । ଏହି ହତ୍ୟାକାଣ୍ଡ ମାଦକ ଦ୍ରବ୍ୟରେ ବ୍ୟବହୃତ ହେଉଥିଲା ଡ୍ରଗ୍ସ କାରବାର ସହିତ ଜଡ଼ିତ ବୋଲି କୁହାଯାଉଛି । ସୋମବାର ପ୍ରାୟ ଭୋର ୩ଟା ୩୦ ମିନିଟ ସମୟରେ ଦୁଇ ଜଣ ବନ୍ଧୁକଧାରୀ ଅଚାନକ ଆପାର୍ଟମେଣ୍ଟ ଭିତରେ ପଶି ଅତର୍କିତ ଗୁଳିମାଡ଼ କରିଥିଲେ । ବନ୍ଧୁକର ଗର୍ଜନ ଶୁଣି ଜଣେ ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ୭ମିନିଟ୍ ପରେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ୬ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା । ମୃତକଙ୍କ ମଧ୍ୟରେ ଜଣେ ୧୭ବର୍ଷୀୟ ମାଆ ଏବଂ ତାଙ୍କର ୬ମାସର ଶିଶୁ ସାମିଲ ଅଛନ୍ତି । ଆହତଙ୍କୁ ପୋଲିସ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ହତ୍ୟାକାଣ୍ଡ ସହିତ ଜଡ଼ିତ ଦୁଇ ସନ୍ଧିଗ୍ଧଙ୍କୁ ଗରିଫ କରିବା ଲାଗି ପୋଲିସ ଉଦ୍ୟମ ଚଳାଇଛି ।

Exit mobile version