Site icon ଆଜିକାଲି

ଗ୍ଲୋଭ୍ କାରଖାନାରେ ନିଆଁ ଲାଗି ୬ ମୃତ

ମୁମ୍ବାଇ : ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗରରେ ଥିବା ଏକ ଗ୍ଲୋଭ୍ କାରଖାନାରେ ନିଆଁ ଲାଗିଯିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ୱାଲୁଜ ଏମ୍ଆଇଡିସି ଅଞ୍ଚଳରେ ଥିବା ଏହି କାରଖାନାରେ ଶନିବାର ରାତି ୨.୧୫ରେ ନିଆଁ ଲାଗିଯାଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ନିଆଁ ଲାଗିବା ବେଳେ ୧୦ ରୁ ୧୫ କର୍ମଚାରୀ ଭିତରେ ଶୋଇଥିଲେ। କିଛି ଲୋକ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ । ତେବେ ଭିତରେ ଅତି କମରେ ୬ ଜଣ ଫସି ଯାଇଥିଲେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

Exit mobile version