Site icon ଆଜିକାଲି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚୟନିତ ଭାଷଣର ସଂଗ୍ରହର ଆଜି ହେବ ଉନ୍ମୋଚନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚୟନିତ ଭାଷଣର ସଂଗ୍ରହ ‘ସବ୍‌କା ସାଥ୍‌, ସବକା ବିକାଶ, ସବ୍‌କା ବିଶ୍ୱାସ’ର ବିମୋଚନ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ପ୍ରକାଶନ ବିଭାଗ ଦ୍ୱାରା ୨୩ ସେପ୍ଟେମ୍ବର ସକାଳ ୧୧ଟାରେ ଆକାଶବାଣୀ ଭବନରେ ଆୟୋଜିତ ଏକ ସମାରୋହରେ କରାଯିବ ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି କେରଳର ରାଜ୍ୟପାଳ ଆରିଫ ମୋହମ୍ମଦ ଖାନ୍ ଏବଂ ବିଶିଷ୍ଟ ଅତିଥି ପୂର୍ବ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ହେବେ । କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ତଥା ଯୁବ କାର୍ଯ୍ୟକ୍ରମ ଏବଂ ରେଳ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏହି କାର୍ଯ୍ୟକ୍ରମର ମେଜବାନର ଭୂମିକାରେ ହେବେ । ଏହି ଅବସରରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ସଚିବ ଅପୂର୍ବ ଚନ୍ଦ୍ର ତଥା ମନ୍ତ୍ରାଳୟର ବିଭିନ୍ନ ମିଡିୟାର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ ।

Exit mobile version