Site icon ଆଜିକାଲି

୭.୭ ତୀବ୍ରତାରେ ଥରି ଉଠିଲା ତୁଆଲ କ୍ଷେତ୍ର

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ପୁଣି ତୀବ୍ର ଭୂମିକମ୍ପ । ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆର ତୁଆଲ କ୍ଷେତ୍ର। ଭୂମିକମ୍ପର ତୀବ୍ରତା ରିକ୍ଟରସ୍କେଲରେ ୭.୭ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଚେତାବନୀ ଦିଆଯାଇଛି ।

ସୂଚନା ଯେ, ପୂର୍ବରୁ ରବିବାର ପ୍ରଶାନ୍ତ ମହାସାଗରୀୟ ଦ୍ବୀପଦେଶ ଭାନୁଆଟୁରେ ଭୂମିକମ୍ପ ଝଟକା ଲଗିଥିଲେ । ରିକ୍ଟରସ୍କେଲରେ ଏହାର ତିବ୍ରତା ୭.୦ ରେକର୍ଡ କରାଯାଇଥିଲା । ଭୂକମ୍ପ ପରେ ସ୍ଥାନୀୟ ଅଞ୍ଚଳରେ ସୁନାମୀ ଚେତାବନୀ ଦିଆଯାଇଥିଲା । ସେହିପରି ଆଫଗାନିସ୍ତାନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳୀ ହିନ୍ଦୁକୁଶ ପର୍ବତମାଳାରେ ରହିଥିଲା ।

Exit mobile version