Site icon ଆଜିକାଲି

ଆମେରିକା ଘରୋଇ ସ୍କୁଲ ଗୁଳିକାଣ୍ଡ ଘଟଣାରେ ୭ ମୃତ

ଓ୍ବାଶିଂଟନ : ଆମେରିକାରେ ପୁଣିଥରେ ଫୁଟିଲା ଗୁଳି । ଟେନେସୀ ନାସଭିଲେର ଏକ ପ୍ରାଇଭେଟ୍ ସ୍କୁଲ ଭିତରେ ପଶି ହଠାତ୍ ଆତତାୟୀଙ୍କ ପକ୍ଷରୁ ଆଖିବୁଜା ଗୁଳି ମାଡ଼ । ଘଏହି ଗୁଳିକାଣ୍ଡରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ଜଣ ଛୋଟ ପିଲା ରହିଥିବା ଜଣାପଡ଼ିଛି । ସେହିପରି ଏହି ହିଂସାକାଣ୍ଡରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ଟେନେସୀ ନାସଭିଲେର ଏକ ପ୍ରାଇଭେଟ୍ ସ୍କୁଲ ସୋମବାର ଗୁଳିକାଣ୍ଡ ହୋଇଥିଲା । ଆତତାୟୀ ମାନେ ହଠାତ୍ ସ୍କୁଲ ଭିତରେ ପଶି ଗୁଳିମାଡ଼ କରିଥିଲେ।

ନାସଭିଲେ ପୋଲିସ୍‌ର ସୂଚନା ଅନୁସରେ, କଭେନାଣ୍ଟ ସ୍କୁଲ କୋଭେନାଣ୍ଟ ପ୍ରେସ୍ବିଟେରିୟନ ଚର୍ଚ୍ଚରେ ଏହି ଗୁଳିମାଡ଼ ହୋଇଛି । ନର୍ସରୀରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ସ୍କୁଲରେ ଉପସ୍ଥିତ ଥିବା ବେଳେ ଆକ୍ରମଣକାରୀ ଆତର୍କିତ ଗୁଳିମାଡ଼ କରିଥିଲେ । ଏହି ଘଟଣାରେ ୩ଜଣ ଛୋଟ ପିଲା, ୩ଜଣ ବୟସ୍କ ଏବଂ ଜଣେ ସନ୍ଦିଗ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ପୋଲିସ ଉଦ୍ଧାର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେପଟେ ଅପରାଧୀଙ୍କୁ ପୋଲିସ ଏନକାଉଣ୍ଟର କରିଥିବା ଜଣାପଡ଼ିଛି । ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ସ୍କୁଲ ପରିସରରେ ପୋଲିସକର୍ମୀ ନିୟୋଜିତ ହୋଇଛନ୍ତି । ତେବେ ଗୁଳିକାଣ୍ଡର କାରଣ ଏବେବି ଅସ୍ପଷ୍ଟ ରହିଛି । ପୋଲିସ ଘଟଣାରେ ତଦନ୍ତ କରୁଛି ।

Exit mobile version