Site icon ଆଜିକାଲି

ଗୋଟିଏ ଓଭରରେ ୭ ଛକା ! ଋତୁରାଜ ଗାଏକୱାଡଙ୍କ ବିଶ୍ବ ରେକର୍ଡ

ଅହମ୍ମଦାବାଦ: ଯୁବ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକୱାଡ ସୋମବାର ଇତିହାସ ରଚିଛନ୍ତି। ମହାରାଷ୍ଟ୍ରର ଏହି ବ୍ୟାଟ୍ସମ୍ୟାନ୍ ବିଜୟ ହଜାରେ ଟ୍ରଫିର ଉତ୍ତର ପ୍ରଦେଶ ବିପକ୍ଷ ମ୍ୟାଚରେ ଗୋଟିଏ ଓଭରରେ ୭ଟି ଛକା ମାରି ବିଶ୍ବ ରେକର୍ଡ କରିଛନ୍ତି । ସୀମିତ ଓଭର କ୍ରିକେଟ୍ ରେ ଏହି ବିରଳ ମାଇଲଖୁଣ୍ଟ ହାସଲ କରିବାରେ ସେ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ।

ନରେନ୍ଦ୍ର ମୋଦୀ ଷ୍ଟାଡିୟମ-୨ରେ ଖେଳାଯାଇଥିବା ଏହି ମ୍ୟାଚରେ ମହାରାଷ୍ଟ୍ର ଇନିଂସର ୪୯ ତମ ଓଭରରେ ଗାଏକୱାଡ ଏହି କୀର୍ତ୍ତୀମାନ ହାସଲ କରିଥିଲେ । ଉତ୍ତର ପ୍ରଦେଶର ବୋଲର ଶିବ ସିଂଙ୍କ ଏହି ଓଭରରେ ଗୋଟିଏ ବଲ୍ ନୋ ବଲ୍ ଥିଲା। ନୋ ବଲରେ ମଧ୍ୟ ଗାଏକ୍ବାଡ୍ ଛକା ମାରିଥିଲେ । ଗାଏକ୍ଵାଡ୍ ୭ ବଲରୁ ୭ ଟି ଛକା ମାରିବା ସହ ଏହି ଓଭରରେ ମୋଟ ୪୩ ରନ୍ ସଂଗ୍ରହ କରିଥିଲେ। ଏହି ବିଶ୍ବରେକର୍ଡ ସହ ଗାଏକ୍ବାଡ ଏହି ମ୍ୟାଚରେ ୧୫୯ ବଲରେ ୨୨୦ ରନ୍ ଇନିଂସ ଖେଳିଥିଲେ । ତାଙ୍କର ଏହି ପାଳିରେ ୧୦ଟି ଚୌକା ଓ ୧୬ଟି ଛକା ସାମିଲ ଥିଲା ।

ଗାଏକୱାଡର ଏହି ଇନିଂସ ବଳରେ ମହାରାଷ୍ଟ୍ର ୫୦ ଓଭରରେ ପାଞ୍ଚ ୱିକେଟ୍ ହରାଇ ୩୩୦ ରନ୍ କରିଥିଲା। ଏହି ମ୍ୟାଚରେ ଗାଏକୱାଡ ଇନିଂସ୍ ଓପନ୍ କରିଥିଲେ। ତାଙ୍କ ଅନ୍ୟ କୌଣସି ମହାରାଷ୍ଟ୍ର ବ୍ୟାଟ୍ସମ୍ୟାନ୍ ମଧ୍ୟ ଅର୍ଦ୍ଧଶତକ ମଧ୍ୟ ହାସଲ କରିପାରି ନଥିଲେ।

Exit mobile version