Site icon ଆଜିକାଲି

ତେଲ ଟାଙ୍କି ସଫା କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୭ ଶ୍ରମିକ ମୃତ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର କାକିନାଡା ଜିଲାରେ ତେଲ ଟାଙ୍କି ସଫା କରିବା ବେଳେ ଅଘଟଣ । ଶ୍ୱାସରୁଦ୍ଧ ହୋଇ ୭ ଜଣ ଶ୍ରମିକଙ୍କ ମୃତ୍ୟୁ । ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କାକିନାଡା ପେଦାପୁରମ୍‌ ପଞ୍ଚାୟତ ରାଗମପେଟାରେ ଏହି ମର୍ମନ୍ତୁଦ ଘଟଣା ଘଟିଛି । ଗୁରୁବାର ସକାଳେ ଏକ ତେଲ କମ୍ପାନୀରେ ତେଲ ଟାଙ୍କି ସଫା କରିବା ପାଇଁ ଟାଙ୍କି ଭିତରେ କିଛି ଶ୍ରମିକ ପସିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୭ ଜଣ ଶ୍ରମିକଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା। ମୃତକମାନେ ପେଦାପୁରମ ଜିଲାର ପଡେରୁ ଓ ପେଦାପୁରମର ବାସିନ୍ଦା ବୋଲି ଜଣାପଡିଛି।

Exit mobile version