Site icon ଆଜିକାଲି

କିଭ ଉପରେ ଋଷର ୭୫ଟି ମିସାଇଲ ଆକ୍ରମଣ, ୧୨ ମୃତ


ନୂଆଦିଲ୍ଲୀ: କ୍ରିମିୟା ପୋଲ ଉପରେ ୟୁକ୍ରେନ ଆକ୍ରମଣ କରିବା ପରେ ଋଷ ପ୍ରତିଶୋଧ ପରାୟଣ ହୋଇଯାଇଛି । ଏହାର ଜବାବ ଦେବାକୁ ଯାଇ ୟୁକ୍ରେନର ରାଜଧାନୀ କିଭର ଭିନ୍ନ ଭିନ୍ନ ସହର ଉପରେ ମିସାଇଲ ଆକ୍ରମଣ କରିଛି। ଆଜି ପାଖାପାଖି ୭୫ଟି ମିସାଇଲ ଛାଡ଼ିଥିବା ସୂଚନା ମିଳିଛି । ଫଳରେ ବର୍ତ୍ତମାନ ସୁଦ୍ଧା ୧୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୪ଜଣ ଆହତ ହୋଇଛନ୍ତି । ଏନେଇ କୀଭ ମେୟର ବିତାଲୀ କ୍ଲିଚେକୋ ସୂଚନା ପ୍ରଦାନ କରିଛନ୍ତି । ପରେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ମିଡିଆକୁ କହିଛନ୍ତି ଯେ, ଆଜି ଦେଶର ଅନେକ ସ୍ଥାନରେ ଆକ୍ରମଣ ହୋଇଛି ଏବଂ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି ।

ସୂଚନା ଯେ, ଋଷ ଓ କ୍ରିମିୟାକୁ ଯୋଡ଼ୁଥିବା ପୋଲରେ ଏକ ଟ୍ରକରେ ରଖାଯାଇଥିବା ବିସ୍ଫୋରକରେ ନିଆଁ ଲଗାଇ ଦିଆଯିବାରୁ ଶନିବାର ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । ଫଳରେ ପୋଲର ଏକ ବଡ଼ ଅଂଶ ସମୁଦ୍ରରେ ଖସି ପଡ଼ିଥିଲା । ଏହାକୁ ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନ ‘ଆତଙ୍କବାଦୀ କୃତ୍ୟ’ କହିବା ସହ କଡ଼ା ନିନ୍ଦା କରିଥିଲେ ।

Exit mobile version