Site icon ଆଜିକାଲି

ଖାଇକୁ ଖସିଲା ଗାଡ଼ି, ୮ ତୀର୍ଥଯାତ୍ରୀ ମୃତ

ଥେନି : ତାମିଲନାଡୁର ଥେନିରେ ତୀର୍ଥଯାତ୍ରୀଙ୍କ ଏକ ଗାଡ଼ି ଘାଟି ତଳକୁ ଖସିପଡ଼ିବାରୁ ଅତି କମରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ସବୁ ତୀର୍ଥଯାତ୍ରୀ ସାବରିମାଲାରୁ ଫେରୁଥିବାର ଜଣାପଡିଛି।

ଜିଲା ମାଜିଷ୍ଟ୍ରେଟ କେ.ଭି ମୁରଲୀଧରନ କହିଛନ୍ତି ଯେ, ଗତ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଦୁଇ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପାହାଡ଼ିଆ ରାସ୍ତାର ଏକ ବାଙ୍କରେ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିଲା | ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନା ନେବା ବାଟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ୮ ଜଣ ଲୋକ ଜିଲାର ଆଣ୍ଡିପଟ୍ଟି ବାସିନ୍ଦା ଥିଲେ । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିଲେ। ଏହି ଲୋକମାନେ ସାବରିମାଲାରୁ ଫେରୁଥିଲେ ।

Exit mobile version