Site icon ଆଜିକାଲି

ଆଜି ମୁମ୍ବାଇରେ ବିରୋଧୀଙ୍କ ମେଳି, ୨୭ ଦଳର ୮୦ ନେତା ହେବେ ସାମିଲ

ମୁମ୍ୱାଇ : ୨୦୨୪ ଲୋକସଭା ନିର୍ବାଚନ ଲାଗି ମାହୋଲ ଗରମ । ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀ ମେଣ୍ଟ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛି । ବିଜେପିକୁ ଟକ୍କର ଦେବା ଲାଗି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସଜବାଜ। ପାଟଣା, ବାେଙ୍ଗାଲୁରୁ ପରେ ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ହେବ । ଏହି ବୈଠକରେ ୨୭ଟି ଦଳ ସାମିଲ ହେବେ ବୋଲି ଜଣାପଡିଛି ।

ସୂଚନା ଥାଉକି, ୨୦୨୪ ଲୋକସଭା ନିର୍ବାଚନ ଲାଗି ମାହୋଲ ଗରମ। ବିଜେପିକୁ ଟକର ଦେବା ଲାଗି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସଜବାଜ। ପାଟଣା ପରେ ବାଙ୍ଗାଲୁଲ ଆଉ ଏବେ ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ଗୁରୁବାରଠୁ ଆରମ୍ଭ ହେଉଛି । ‘ଇଣ୍ଡିଆ’ ମେଣ୍ଟର ତୃତୀୟ ବୈଠକରେ ୨୭ଟି ଦଳ ସାମିଲ ହେବେ ବୋଲି ଜଣାପଡିଛି ।

ବୈଠକ ଆୟୋଜନ ଦାୟୀତ୍ବ ମହାରାଷ୍ଟ୍ର ମହାବିକାଶ ଅଘାଡି ମେଣ୍ଟ ନେଇଥିବା ବେଳେ ଗତ କିଛି ଦିନ ହେଲା ପ୍ରସ୍ତୁତିରେ ଲାଗିପଡିଛି । ମୁମ୍ବାଇ ସବଅରର୍ବାନସ୍ଥିତ ଗ୍ରାଣ୍ଡ ହାୟତ ହୋଟେଲରେ ମିଟିଂ ପାଇଁ ସଭା ଗୃହ ସହ ୨ ଶହ ରୁମ ବୁକିଂ ହୋଇଛି। ସେପଟେ ବିଭିନ୍ନ ଦଳ ଶୀର୍ଷ ନେତୃତ୍ବ ମୁମ୍ବାଇ ଗସ୍ତରେ ଆସୁଥିବାରୁ ସ୍ଥାନୀୟ ନେତା ଚଳଚଂଚଳ। ଖାସ କରି କଂଗ୍ରେସ ଶିବିର ଖୁବ ଆକ୍ଟିଭ।

Exit mobile version