Site icon ଆଜିକାଲି

ଦୁଇ ମହଲା କୋଠା ଛାତ ଭୁଶୁଡ଼ି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ : ଦେବାରିୟାର କତୱାଲି ଅଞ୍ଚଳରେ ବଡ଼ ଦୁର୍ଘଟଣା । ଦୁଇ ମହଲା କୋଠା ଛାତ ଭୁଶୁଡ଼ି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି । ଘରଟି ୮୦ ବର୍ଷର ପୁରୁଣା ଘର ହୋଇଥିବା ଜଣାପଡ଼ିଛି । ଘର ଭୁଶୁଡ଼ିବା ସମୟରେ ସମସ୍ତେ ଶୋଇଥିଲେ। ମୃତକଙ୍କ ମଧ୍ୟରେ ସ୍ବାମୀ-ସ୍ତ୍ରୀ ଏବଂ ଏକ ଶିଶୁ ରହିଥିବା ଜଣାପଡ଼ିଛି ।

ସୂଚନା ଯେ, ସୋମବାର ସକାଳୁ ଦେବାରିୟାର କତୱାଲି ଅଞ୍ଚଳର ଅନସାରୀ ରୋଡ ନିକଟରେ ଅବସ୍ଥିତ ଦୁଇ ମହଲା ବିଶିଷ୍ଟ କୋଠ ଘରଟି ହଠାତ ଭୁଶୁଡ଼ି ପଡ଼ିଥିଲା । କୋଠା ଭୁଶୁଡିବା ଯୋଗୁଁ ଭଗ୍ନାବଶେଷ ତଳେ ଚାପି ହୋଇ ତିନି ଜଣଙ୍କ ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଏବଂ ଏସଡିଏମ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଦୁର୍ଘଟଣାରେ ଦିଲ୍ଲୀପ ଗୌର ପତ୍ନୀ ଚାନ୍ଦିନୀ ଏବଂ ଦୁଇ ବର୍ଷର ଝିଅ ପାୟଲର ମୃତ୍ୟୁ ଘଟିଥିବା ଏସଡିଏମ ସୌରଭ ସିଂ କହିଛନ୍ତି । ଶ୍ରମଜୀବୀ କରି ପରିବାର ପ୍ରତିପୋଷଣ କରୁଥିଲେ । ଏହି ଦୁର୍ଘଟଣା ଯୋଗୁଁ ନିକଟସ୍ଥ କୋଠା ଗୁଡ଼ିକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Exit mobile version