Site icon ଆଜିକାଲି

ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ୯ ପାରା କମାଣ୍ଡୋ ସ୍ପେଶାଲ ୟୁନିଟର ୩ ସୈନିକ ଆହତ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ରାଜୌରୀ ଜିଲା କାଲାକୋଟେ ଜଙ୍ଗଲରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ । ସର୍ଚ୍ଚ ଅପରେସନବେଳେ ଗୁଳି ବାଜି ୯ ପାରା କମାଣ୍ଡୋ ସ୍ପେଶାଲ ୟୁନିଟର ୩ ସୈନିକ ଆହତ ହୋଇଛନ୍ତି । ଆତଙ୍କବାଦୀଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପାଇବା ପରେ ସୋମବାର ସକାଳେ କାଲାକୋଟ ଅଞ୍ଚଳରେ ଥିବା ବ୍ରୋହ ଏବଂ ସୋମ ଜଙ୍ଗଲ ଅଞ୍ଚଳରେ ପୋଲିସ ସେନାକୁ କର୍ଡନ କରିଥିଲା ।

ସର୍ଚ୍ଚ ଅପରେସନ ବିଳମ୍ବିତ ରାତିରେ ଏକ ଏନକାଉଣ୍ଟର ହୋଇଥିଲା । ଏହି ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀ କର୍ଡନ ଭାଙ୍ଗିବାକୁ ଉଦ୍ୟମ କରି ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସମସ୍ତ ସମ୍ଭାବ୍ୟ ପଳାୟନ ମାର୍ଗ ବନ୍ଦ କରିବାକୁ ଏହି ଅଞ୍ଚଳରେ ଅତିରିକ୍ତ ବାହିନୀ ନିୟୋଜିତ କରାଯାଇଛି। ଏହାପୂର୍ବରୁ କର୍ଡନ ଏବଂ ସର୍ଚ୍ଚ ଅପରେସନ ସମୟରେ ଗୁଳି ବିନିମୟ ଶୁଣିବାକୁ ମିଳିଥିଲା, କିନ୍ତୁ ପରେ ଜଣାପଡିଥିଲା ଯେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତି ଯାଞ୍ଚ କରିବା ପାଇଁ ସୁରକ୍ଷାବାହିନୀ ଗୁଳି ଚଳାଇଥିଲେ।

Exit mobile version